ନଗଡ଼ାରେ କଲରାପତରିଆ: ଟ୍ରାପ୍‌ କ୍ୟାମେରାରେ କଏଦ ହେଲା ଚିତ୍ର

Advertisment
ନଗଡ଼ାରେ କଲରାପତରିଆ: ଟ୍ରାପ୍‌ କ୍ୟାମେରାରେ କଏଦ ହେଲା ଚିତ୍ର

କାଳିଆପାଣି: କଟକ ବନଖଣ୍ଡ ସୁକିନ୍ଦା ରେଞ୍ଜ୍‌ ଅନ୍ତର୍ଗତ ନଗଡ଼ା ଜଙ୍ଗଲରେ କଲରାପତରିଆ ବାଘ ରହିଥିବା ସ୍ପଷ୍ଟ ହୋଇଛି। କମ୍ଭାରୁଣି ଓ କଙ୍କଡ଼ାଗୋଡ଼ି ଗାଁ ପାଖ ଜଙ୍ଗଲରେ ଲଗାଯାଇଥିବା ୨ଟି ଟ୍ରାପ୍‌ କ୍ୟାମେରାରେ ୨ଟି କଲରାପତରିଆ ବାଘର ଫଟୋଚିତ୍ର ଉତ୍ତୋଳିତ ହୋଇଛି। ୨ଟି ଯାକ ଫଟୋକୁ ଆସନ୍ତାକାଲି ଭୁବନେଶ୍ବରସ୍ଥିତ ବନ ବିଭାଗ ମୁଖ୍ୟାଳୟକୁ ପଠାଯାଇ ଏହାର ବିଶ୍ଳେଷଣ କରାଯିବ ବୋଲି ବନପାଳ ନରେଶ କୁମାର ଟୁଡ଼ୁ ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତୀୟ ରିପୋର୍ଟ ହସ୍ତଗତ ପରେ ବାଘର ସଂଖ୍ୟା, ଲିଙ୍ଗ, ବୟସ ଓ ବାସସ୍ଥଳୀ ସଂପର୍କରେ ସବିଶେଷ ତଥ୍ୟ ମିଳିପାରିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୧୪ ତାରିଖରୁ ବନ ବିଭାଗ ପକ୍ଷରୁ ଦୈତାରୀ ସୁରକ୍ଷିତ ଜଙ୍ଗଲରେ ବାଘ ଗଣନା କାର୍ଯ୍ୟ ଜାରି ରହିଥିବା ବେଳେ ତୁମୁଣି ଗାଁର ଦକ୍ଷିଣରେ ଥିବା କମାରୁଣି(କୁମ୍ଭାରୁଣି) ପାହାଡ଼ର ପାଦଚଲା ବାଟ ଓ ଚଣାକୋଟ ଜଙ୍ଗଲରେ ଏକାଧିକ ମଧ୍ୟମ ବୟସ୍କ କଲରାପତରିଆ ବାଘର ପଞ୍ଝାଚିହ୍ନ ଠାବ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe