କଲରାପତରିଆ ବାଘ ଆତଙ୍କ: ବାଳକକୁ ମରଣମୁହଁରୁ ଛଡ଼ାଇ ଆଣିଲା ପୋଷାକୁକୁର

Advertisment

ମାଲକାନଗିରି ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ କିଛି ଦିନ ହେଲା କଲରାପତରିଆ ବାଘ ଆତଙ୍କ ଖେଳାଇଛି। ଗତ ୩ଦିନ ମଧ୍ୟରେ ୪ଜଣ ଶିଶୁଙ୍କୁ ଆକ୍ରମଣ କରିସାରିଲାଣି। ସେଥିରୁ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି।

ମାଲକାନଗିରି ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ କିଛି ଦିନ ହେଲା କଲରାପତରିଆ ବାଘ ଆତଙ୍କ ଖେଳାଇଛି। ଗତ ୩ଦିନ ମଧ୍ୟରେ ୪ଜଣ ଶିଶୁଙ୍କୁ ଆକ୍ରମଣ କରିସାରିଲାଣି। ସେଥିରୁ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି।

fhkhkkhfhkkhhk

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ କିଛି ଦିନ ହେଲା କଲରାପତରିଆ ବାଘ ଆତଙ୍କ ଖେଳାଇଛି। ଗତ ୩ଦିନ ମଧ୍ୟରେ ୪ଜଣ ଶିଶୁଙ୍କୁ ଆକ୍ରମଣ କରିସାରିଲାଣି। ସେଥିରୁ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ତେବେ ସଦ୍ୟ ଏକ ଘଟଣାରେ ଜଣେ ଶିଶୁକୁ ଶିକାର କରିବା ପୂର୍ବରୁ ମରଣମୁହଁରୁ ଛଡ଼ାଇ ଆଣିଛି ପୋଷାକୁକୁର। ବାରମ୍ବାର ଶିକାର ପାଇଁ ଜନବସତି ନିକଟକୁ ବାଘ ଚାଲି ଆସୁଥିଲେ ସୁଦ୍ଧା ବନ ବିଭାଗ କାବୁ କରିବାରେ ବିଫଳ ହୋଇଛି। ଜଙ୍ଗଲରେ ଖାଦ୍ୟ ଅଭାବରୁ ବାଘ ଏବେ ମଣିଷ ଶିକାର କରୁଥିବା ବନ୍ୟପ୍ରାଣୀ ବିଶେଷଜ୍ଞ ମତ ଦେଇଛନ୍ତି।

କାଙ୍କେର ଜିଲ୍ଲା ଦୁଧବା ଗାଁକୁ ବାରମ୍ବାର ଆସୁଛି କଲରାପତରିଆ ବାଘ। ଏମିତି ଆତଙ୍କ ସୃଷ୍ଟି କରିଛି ଯେ ସନ୍ଧ୍ୟା ହେଲେ ଗାଁରେ ତାଟିକବାଟ ପଡ଼ି ଯାଉଛି। କାରଣ ଗାଁର ଛୋଟ ପିଲାଙ୍କୁ ଶିକାର କରିବାକୁ ଛକି ରହୁଛି ବାଘ। ଗତକାଲି ଅପରାହ୍ନରେ ନୀରଜ ଧ୍ରୁବ ନାମକ ୧୧ବର୍ଷର ବାଳକ ୧୦୦ ମିଟର ଦୂର ନିଜ ଦାଦାଙ୍କ ଘରକୁ ଯାଉଥିଲା। ରାସ୍ତାରେ ଛପି ରହିଥିବା ନରଖାଦକ ବାଘ ହଠାତ୍‌ ନୀରଜ ଉପରକୁ ଲମ୍ଫ ଦେଇଥିଲା। ନୀରଜର ବେକକୁ ଧରି ଜଙ୍ଗଲ ଆଡକୁ ଦୌଡ଼ିଥିଲା। ପ୍ରାଣ ବିକଳରେ ନୀରଜ ଚିତ୍କାର କରିବାରୁ ଗ୍ରାମବାସୀ ପିଛା କରିଥିଲେ। କିନ୍ତୁ ବାଘ ଦ୍ରୁତଗତିରେ ଘଞ୍ଚ ଜଙ୍ଗଲରେ ପଶି ଯାଇଥିଲା।

ବାଘ ନୀରଜକୁ ନେଇ ଯାଉଥିବା ଦେଖି ପୋଷାକୁକୁର ‘ସେରୁ’ ମଧ୍ୟ ଜଙ୍ଗଲରେ ପଶିଥିଲା। ବାଘର ରାସ୍ତା ରୋକିବା ସହ ଲଢ଼େଇ କରିଥିଲା। ଶେଷରେ ବାଘ ଚାଲିଯିବାରୁ ନୀରଜ ଗୁରୁତର ଆହତ ହୋଇଥିଲେ ସୁଦ୍ଧା ବଞ୍ଚି ଯାଇଥିଲା। ଗ୍ରାମବାସୀ ନୀରଜକୁ ଉଦ୍ଧାର କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଚିକିତ୍ସା ପରେ ନୀରଜ ସୁସ୍ଥ ହେଉଥିବା ଡାକ୍ତର କହିଛନ୍ତି। ଆତଙ୍କ ଖେଳାଇଥିବା ନରହନ୍ତା ବାଘକୁ କାବୁ କରିବା ପାଇଁ ଗାଁ ଲୋ‌କେ ଦାବି କରିଛନ୍ତି। ବାଳକକୁ ମରଣମୁହଁରୁ ଛଡ଼ାଇ ଆଣିଥିବାରୁ ପୋଷାକୁକୁର ‘ସେରୁ’କୁ ଦେଖିବା ପାଇଁ ଏବେ ବିଭିନ୍ନ ଅଞ୍ଚଳରୁ ଲୋକେ ଦୁଧବା ଗାଁକୁ ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe