ମା’ ମାହେଶ୍ୱରୀଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ନିମନ୍ତେ କଳସ ଶୋଭାଯାତ୍ରା

ବୌଦ୍ଧ ବ୍ଲକ ବଘିଆପଡା ପଞ୍ଚାୟତ ଆମଠାପଡା ଲଉରିଆ ସାହି ଠାରେ ମା’ ମାହେଶ୍ୱରୀଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଶନିବାର ଠାରୁ ଆରମ୍ଭ ହୋଇଛି। ବଘିଆପଡା ସାଲୁଙ୍କି ନଦୀର ଶିବ ମନ୍ଦିର ଘାଟରୁ ମହିଳାଙ୍କ ଦ୍ଵାରା ୧୦୧ କଳସ ଯାତ୍ରା କରାଯାଇଛି....

ଅମଠାପଡା କଳସ ଶୋଭାଯାତ୍ରା

ଅମଠାପଡା କଳସ ଶୋଭାଯାତ୍ରା Photograph: (sambad.in)

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ବ୍ଲକ ବଘିଆପଡା ପଞ୍ଚାୟତ ଆମଠାପଡା ଲଉରିଆ ସାହି ଠାରେ ମା’ ମାହେଶ୍ୱରୀଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଶନିବାର ଠାରୁ ଆରମ୍ଭ ହୋଇଛି। ବଘିଆପଡା ସାଲୁଙ୍କି ନଦୀର ଶିବ ମନ୍ଦିର ଘାଟରୁ  ମହିଳାଙ୍କ ଦ୍ଵାରା ୧୦୧ କଳସ ଯାତ୍ରା କରାଯାଇ ମାହେଶ୍ୱରୀ ପୀଠର ଯଜ୍ଞ ମଣ୍ଡପକୁ ଅଣାଯାଇଥିଲା।

ଏଥିରେ ପୂଜକ ଭାବେ ଶ୍ରୀକାନ୍ତ ମହାପାତ୍ର ଓ ପ୍ରହଲ୍ଲାଦ ପଣ୍ଡା ଯୋଗ ଦେଇ ପୂଜାକାର୍ଯ୍ୟ କରିଥିବା ବେଳେ କର୍ତ୍ତା ଭାବେ ଧରଣୀଧର ଲାଉରିଆ, ତାଙ୍କ ଧର୍ମପତ୍ନୀ ଦୀପାଞ୍ଜଳି ଲାଉରିଆ, କୃଷ୍ଣଚନ୍ଦ୍ର ପ୍ରଧାନ, ତାଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ପ୍ରଧାନ, ସୁଦାମ ମେଣ୍ଡିଲି, ତାଙ୍କ ଧର୍ମପତ୍ନୀ ତୁଲସା ମେଣ୍ଡିଲି, ଜୟସର ପାତ୍ର, ତାଙ୍କ ଧମପତ୍ନୀ ପ୍ରେମସିଲା ପାତ୍ର ଯଜ୍ଞ ମଣ୍ଡପରେ କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ।

ଅଧିକ ପଢ଼ନ୍ତୁ: ମାଲକାନଗିରି ଜିଲ୍ଲାରେ ସୁଭଦ୍ରା ଦ୍ଵିତୀୟ କିସ୍ତି ପାଇଲେ ୧୩୪୬୧୦ ମହିଳା

ମାଝୀସାହି କେନ୍ଦ୍ର ଡ଼ୁମାଲ ସମାଜ ପକ୍ଷରୁ ଆୟୋଜିତ ଏହି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ବେଳେ ସୋମବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ରବିବାର ଦେବୀଙ୍କ ମହାସ୍ନାନ, ମନ୍ଦିର ସ୍ନାନ, ଶଯ୍ୟାଧିବାସ କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ସୋମବାର ପାରାୟଣ ଗାୟିକା ରଶ୍ମିତା ମିଶ୍ରଙ୍କ ଦ୍ଵାରା ସୁନ୍ଦରାକାଣ୍ଡ ପାରାୟଣ କରାଯିବ ବୋଲି ଡ଼ୁମାଳ ସମାଜ ପକ୍ଷରୁ ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ: ୧୮ ବର୍ଷ ଫେରାର ପରେ ଧରାପଡିଲା ହିଜବୂଲର ଆତଙ୍କବାଦୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe