ଶାବରଶ୍ରୀକ୍ଷେତ୍ରରୁ ଶ୍ରୀକ୍ଷେତ୍ର: ଜଗନ୍ନାଥଙ୍କ ନିକଟଲେ ଲାଗି ହେବ କଳାଜିରା

Advertisment

ପୁରୀ ଅଭିମୁଖେ ୧୨ ଜଣିଆ ଟିମ୍‌

ପୁରୀ ଅଭିମୁଖେ ୧୨ ଜଣିଆ ଟିମ୍‌

ଶାବରଶ୍ରୀକ୍ଷେତ୍ରରୁ ଶ୍ରୀକ୍ଷେତ୍ର: ଜଗନ୍ନାଥଙ୍କ ନିକଟଲେ ଲାଗି ହେବ କଳାଜିରା

କୋରାପୁଟ: ଜୈବିକ ପଦ୍ଧତିରେ ଉତ୍ପାଦିତ କୋରାପୁଟର କଳାଜିରା ଧାନରୁ ମିଳୁଥିବା ଚାଉଳକୁ ଶ୍ରୀକ୍ଷେତ୍ର ପୁରୀର ଜଗନ୍ନାଥ ମନ୍ଦିର ପ୍ରାସାଦରେ ବ୍ୟବହାର କରିବା ପାଇଁ କୋରାପୁଟ ଶାବରଶୀକ୍ଷେତ୍ରରୁ ଯାଇଛି। ୧୨ଜଣ କୋରାପୁଟିଆ ଆଦିବାସୀ ମହିଳା ଦଳ ଶାବର ଶ୍ରୀକ୍ଷେତ୍ର କୋରାପୁଟସ୍ଥିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ପାଖରେ ଅର୍ପଣ କରି ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ପ୍ରଗତି ଏବଂ ଜୈବିକ ଶ୍ରୀ କମ୍ପାନି ଦ୍ୱାରା ସୁଗନ୍ଧିତ ଚାଉଳକୁ ଶ୍ରୀମନ୍ଦିରରେ ପ୍ରସାଦ ପ୍ରସ୍ତୁତିରେ ବ୍ୟବହାର କରାଇବା ପାଇଁ ଗୁରୁବାର ଶ୍ରୀକ୍ଷେତ୍ରକୁ ଯାତ୍ରା କରିଛି। ଗୁରୁବାର ସକାଳୁ ପଦ୍ମଶ୍ରୀ ଶାବରମତି, ଡ.ରଞ୍ଜିତା ପୁଷ୍କରଙ୍କ ପ୍ରଗତିର ସମ୍ପାଦକ ପ୍ରଭାକର ଅଧିକାରୀ, ସିଇଓ ଲୁନା ପଣ୍ଡା, ଜୈବିକଶ୍ରୀର ସିଇଓ ମୂରଲୀଧର ଅଧିକାରୀ, ଏମଡି ସୁରେନ୍ଦ୍ର ମସ୍ତି, ଅଞ୍ଜନିତା ଅଧିକାରୀ, ପ୍ରଦିପ୍ତ ସାହୁ, କୌସ୍ତୁବ ସାହୁ ସହ ଅନ୍ୟ କର୍ମକର୍ତ୍ତା।

publive-image

ଅପରପକ୍ଷେ କଳା ଜିରା ଚାଉଳର ଗୁଣବତ୍ତା ଅନ୍ୟାନ୍ୟ ଚାଉଳ ଅପେକ୍ଷା ଉନ୍ନତମାନର ଥିବା ଯୋଗୁଁ ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ପ୍ରସାଦ ରେ ବ୍ୟବହାର କରାଗଲେ ଭକ୍ତଙ୍କ ମଧ୍ୟରେ ନୂତନ ଆନନ୍ଦ ଭରିଦେବା ସହ ରାଜ୍ୟର ଅଗଣିତ ଚାଷୀ ଙ୍କ ମଧ୍ୟରେ ଉତ୍ସାହ ଦେଖା ଦେବ ବୋଲି ଆଶା କରାଯାଉଛି। ବିଶେଷ କରି ଖିରି ଓ ବିରିୟାନୀ ପ୍ରସ୍ତୁତ କରିବାରେ ବ୍ୟବହୃତ ହେଉଥିବା ଏହି ଚାଉଳ ରେ ପ୍ରାକୃତିକ ଦୁର୍ବିପାକ କୁ ସହ୍ୟ କରିବାର ଦକ୍ଷତା ରହିଛି। ଏହି ଧାନ କୋରାପୁଟରେ ବହୁଳ ଭାବେ ଚାଷ କରାଯାଉଥିବା ବେଳେ ଦିନକୁ ଦିନ ଏହାର ଆଦର ଜିଲ୍ଲା ବାହାରର ବଜାର ସମେତ ଜାତୀୟ ବଜାରରେ ମଧ୍ୟ ଆଦୃତ ହେବାରେ ଲାଗିଛି । ଏକର ପିଛା ଏହା ୫ରୁ ୧୦କୁଇଣ୍ଟାଲ ଧାନ ଅମଳ ହେବା ସହ ୧୪୦ରୁ ୧୫୫ ଦିନରେ ଏହା ଚାଷ ହେଉଛି। ସେଭଳି ଯେଉଁ ଧାନକୁ ନେଇ କୋରାପୁଟ ର ସ୍ଵତନ୍ତ୍ର ପରିଚୟ ସୃଷ୍ଟି ହୋଇଥିଲା ସେହି ଧାନ କିଭଳି ବଞ୍ଚିବ ଏବଂ ପ୍ରତିବର୍ଷ ଅଧିକାରୁ ଅଧିକା ଚାଷୀ ଏହାକୁ ଚାଷ କରିବେ ସେ ଦିଗରେ ପ୍ରୟାସ ଜାରି ରହିଛି ।ଏବେ ଜୟପୁର, ବୋରିଗୁମ୍ମା, କୋଟପାଡ, ବୈପାରିଗୁଡା ସହ ୧୪ ଟି ବ୍ଲକରେ ଏହି ଧାନ ଚାଷ ହେଉଛି। ମୁଖ୍ୟତଃ ଆଦିବାସୀ ମହିଳା ଏହିବିରଳ ଧାନ ଚାଷ କରୁଛନ୍ତି । କୋରାପୁଟ ଜିଲ୍ଳାର ୧୪ ଟି ବ୍ଲକ‌ରେ ୧୮୦୦ରୁ ଅଧିକ ଚାଷୀ କଳାଜିରା ଧାନ ଚାଷ କରୁଥିବାବେଳେ ବ‌ାର୍ଷିକ ୧୦୦ କୁଇଣ୍ଟାଲ ଧାନ ଅମଳ ହେଉଥିବା ଜଣାପଡିଛି।

publive-image

ବିରଳ ଧାନ ସଂରକ୍ଷଣରେ କୋରାପୁଟ ପରିଚିତ ହୋଇ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। କେଉଁ ଅନାଦି କାଳରୁ କୋରାପୁଟ ଅଂଚଳର ଗିରି କନ୍ଦର ମଧ୍ୟରେ ଆଦିବାସୀ ଚାଷୀଙ୍କ ଦ୍ୱାରା ସଂରକ୍ଷିତ ହୋଇ ରହିଥିବା ଏହି ଧାନ ଏକ ସାମୁହିକ ସମ୍ପଦ ଓ ଐତିହ୍ୟ ଭାବେ ସମଗ୍ର ଅଂଚଳରେ ଆନନ୍ଦ ଭରି ଦେଇଛି । ଏପରି ଏକ ବିରଳ ଧାନ ର ଚାଉଳ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରସାଦ ରେ ଲାଗିପାରିଲେ ଏହା ମାଟି ମା କୁ ଭଲପାଉଥିବା ଓଡ଼ିଶାର ଚାଷୀଙ୍କ ଭିତରେ ଏକ ନୂତନ ଉତ୍ସାହ ଭରିଦେବା ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe