ଓଡ଼ିଶା ପାଇଁ ଖୁସି ଖବର: ସାନ୍ତଳୀ ଭାଷା ପାଇଁ ଚଳିତ ବର୍ଷର ସାହିତ୍ୟ ଅକାଦେମି ପୁରସ୍କାର ପାଇବେ ଓଡ଼ିଆ ଲେଖକ କାଳୀଚରଣ ହେମ୍ବ୍ରମ୍‌

ଓଡ଼ିଶା ପାଇଁ ଖୁସି ଖବର: ସାନ୍ତଳୀ ଭାଷା ପାଇଁ ଚଳିତ ବର୍ଷର ସାହିତ୍ୟ ଅକାଦେମି ପୁରସ୍କାର ପାଇବେ ଓଡ଼ିଆ ଲେଖକ କାଳୀଚରଣ ହେମ୍ବ୍ରମ୍‌

ନୂଆଦିଲ୍ଲୀ: ଓଡ଼ିଶା ପାଇଁ ଖୁସି ଖବର। ଚଳିତ ବର୍ଷ ଓଡ଼ିଶାରୁ ଦୁଇଜଣ ଓଡ଼ିଆ ପାଇବେ ଚଳିତ ବର୍ଷର ସମ୍ମାନଜନକ ସାହିତ୍ୟ ଅକାଦେମି ପୁରସ୍କାର। ଓଡ଼ିଆ ଭାଷା ପାଇଁ ଖ୍ୟାତନାମା ଲେଖକ ତରୁଣକାନ୍ତି ମିଶ୍ର ତାଙ୍କର କ୍ଷୁଦ୍ରଗଳ୍ପ ସଙ୍କଳନ ‘ଭାସ୍ୱତୀ’ ପାଇଁ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ସେହିପରି, ସାନ୍ତାଳୀ ଭାଷା ପାଇଁ ଚଳିତ ବର୍ଷର ସାହିତ୍ୟ ଅକାଦେମି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି କାଳୀଚରଣ ହେମ୍ବ୍ରମ୍‌। ସେ ମଧ୍ୟ ସାନ୍ତାଳୀ ଭାଷାରେ ଲିଖିତ ତାଙ୍କର କ୍ଷୁଦ୍ରଗଳ୍ପ ସଙ୍କଳନ ‘ଶିଶିରଜାଲି’ ପାଇଁ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ତେବେ, ଉଲ୍ଲେଖନୀୟ ବିଷୟ ହେଲା କାଳୀଚରଣ ହେମ୍ବ୍ରମ୍‌ ହେଉଛନ୍ତି ଜଣେ ଓଡ଼ିଆ ଯିଏ କି ସାନ୍ତାଳୀ ଭାଷାର ଜଣେ ପ୍ରତିଷ୍ଠିତ ଲେଖକ। ଶ୍ରୀ ହେମ୍ବ୍ରମ୍‌ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ୧୯୬୦ ମସିହାରେ ଜନ୍ମ ଗ୍ରହଣ କରିଛନ୍ତି ଏବଂ ରାଜଧାନୀ ଭୁବନେଶ୍ୱରସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ସେକ୍‌ସନ୍‌ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି। ଶ୍ରୀ ହେମ୍ବ୍ରମ୍‌ ଓଡ଼ିଆ ସମେତ ସାନ୍ତାଳୀ ଭାଷାରେ ବହୁ କ୍ଷୁଦ୍ରଗଳ୍ପ ସହ ନାଟକ ମଧ୍ୟ ରଚନା କରିବା ସହ ସାନ୍ତଳୀ ଭାଷାର ଜଣେ ପ୍ରତିଷ୍ଠିତ ଲେଖକ ଭାବେ ବେଶ ସୁଖ୍ୟାତି ଅର୍ଜନ କରିଛନ୍ତି। ଖାଲି ଏତିକି ନୁହେଁ, ସନ୍ତାଳୀ ଭାଷାରେ ନିର୍ମିତ ଫିଚର ଫିଲ୍ମ ପାଇଁ ମଧ୍ୟ ସେ କାହାଣୀ ଲେଖିଛନ୍ତି।

ଏସଂପର୍କରେ ଆଜି ସାହିତ୍ୟ ଅକାଦେମି ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣାନାମା ପ୍ରକାଶ ପାଇଛି। ସାହିତ୍ୟ ଅକାଦେମିର ସଭାପତି ଡକ୍ଟର ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିବା ଅକାଦେମିର କାର୍ଯ୍ୟକାରୀ କମିଟି ବୈଠକରେ ଓଡ଼ିଆ ଓ ସାନ୍ତାଳୀ ସମେତ ୨୩ଟି ଭାରତୀୟ ଭାଷା ପାଇଁ ଚଳିତ ବର୍ଷର ଅକାଦେମି ପୁରସ୍କାର ଘୋଷଣା କରାଯାଇଛି। ଅକାଦେମି ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବା ପୁସ୍ତକଗୁଡ଼ିକ ମଧ୍ୟରେ ୭ଟି କବିତା ଗ୍ରନ୍ଥ, ୬ଟି କ୍ଷୁଦ୍ରଗଳ୍ପ ସଙ୍କଳନ, ୪ଟି ଉପନ୍ୟାସ, ୩ଟି ପ୍ରବନ୍ଧ ସଙ୍କଳନ ଏବଂ ଅଣ-ଫିକ୍‌ସନ, ଆତ୍ମଜୀବନୀ ଓ ଜୀବନୀ ଗ୍ରନ୍ଥ ରହିଥିବା ଅକାଦେମି ପକ୍ଷରୁ ଜାରି କରାଯାଇଥିବା ଇସ୍ତାହାରରୁ ଜାଣିବା ପାଇଁ ମିଳିଛି।

publive-image

ଆସନ୍ତା ୨୦୨୦ ଫେବ୍ରୁଆରି ୨୫ ତାରିଖରେ ନୂଆଦିଲ୍ଲୀ ଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ବିଜେତାମାନଙ୍କୁ ଅକାଦେମି ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ଆକାରରେ ଏକ ତାମ୍ର ଫଳକ ସହ ୧ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି ପ୍ରଦାନ କରିବେ ସାହିତ୍ୟ ଅକାଦେମି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe