Ommcom News
ଭୁବନେଶ୍ୱର : କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧,୦୬,୩୬୧ ଜଣ ଚାଷୀଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ସେମାନଙ୍କ ଠାରୁ ଟଙ୍କା ଫେରସ୍ତ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। କୃଷି କର୍ମଚାରୀମାନେ ପ୍ରତ୍ୟେକ ଅଯୋଗ୍ୟ ଚାଷୀଙ୍କୁ ଭେଟି ପୂର୍ବରୁ ପ୍ରଦାନ କରାଯାଇଥିବା ସହାୟତା ରାଶି ଫେରସ୍ତ ନିମନ୍ତେ ଅନୁରୋଧ ପତ୍ର ପ୍ରଦାନ କରିଥିଲେ। ଏହି ପ୍ରକ୍ରିୟାକୁ କୋଭିଡ୍-୧୯ କଟକଣା ପାଇଁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ବିଧାନସଭାରେ କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜାଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟ ସରକାର ୨୦୧୮-୧୯ ଓ ୨୦୧୯-୨୦ ବର୍ଷରେ କାଳିଆ ଯୋଜନାରେ ୪୮,୬୫,୦୫୩ ଜଣ ଚାଷୀଙ୍କୁ ଚିହ୍ନଟ କରି ସହାୟତା ରାଶି ପ୍ରଦାନ କରିଛନ୍ତି। ଚୟନ ହୋଇଥିବା ସମସ୍ତ ଚାଷୀଙ୍କୁ ୫ ହଜାର ଟଙ୍କା ଲେଖାଏ ପ୍ରତ୍ୟେକ କିସ୍ତିରେ ସହାୟତା ରାଶି ପ୍ରଦାନ କରାଯାଇଛି।
Follow Us