ମୋ ସରକାର : କାଳିଆ ଲଗାଇଲା କଳା ଟୀକା

Advertisment
ମୋ ସରକାର : କାଳିଆ ଲଗାଇଲା କଳା ଟୀକା

nicepng.com

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଶାବାସୀଙ୍କ ପ୍ରାଣ। କାଳିଆ ଫଟୋ ଦେଖିଲେ ହାତ ଉଠିଯାଏ। ସେ ନାଁ ଶୁଣିଲେ, ମନ ନିମିଷକ ମଧ୍ୟରେ ଶ୍ରୀକ୍ଷେତ୍ର ବୁଲିଆସେ। ନିର୍ବାଚନ ପୂର୍ବରୁ ସରକାରଙ୍କ ସାମ୍ନାରେ ପ୍ରମୁଖ ଚ୍ୟାଲେଞ୍ଜ ଥିଲା କୃଷକ ସମସ୍ୟା। ପୁରୀରୁ ମହାପ୍ରଭୁଙ୍କୁ ସମର୍ପିତ କରି ନବୀନ ଚାଷୀଙ୍କ ବିକାଶ ପାଇଁ ଯେଉଁ କାଳିଆ ଯୋଜନା ଆରମ୍ଭ କରିଥିଲେ, ତାହା ସାଧାରଣ ନିର୍ବାଚନରେ ଗେମ୍‌ ଚେଞ୍ଜର ବୋଲି ରାଜନୈତିକ ମହଲ ବିଶ୍ବାସ କରୁଛନ୍ତି। କାଳିଆ ସରକାରଙ୍କୁ କ୍ଷମତାକୁ ଆଣିଲା। ହେଲେ କାଳିଆ ଯୋଜନା କେଳେଙ୍କାରୀ ନୂଆ ସରକାର ମୁଣ୍ଡରେ ପ୍ରଥମ କଳଙ୍କର ଟୀକା ଭଳି ଲାଗିଲା। ଭୋଟ ରାଜନୀତିର ଗଣିତ କଷୁ କଷୁ ଲକ୍ଷାଧିକ ଅଯୋଗ୍ୟ ହିତାଧିକାରୀଙ୍କ ପକେଟରେ ସରକାରୀ ବାବୁ ମାନେ ଦାନୀକର୍ଣ୍ଣଙ୍କ ଭଳି ଟଙ୍କା ଗୁଞ୍ଜିଦେଲେ। ଶତାଧିକ କୋଟି ଟଙ୍କାର ସାଧାରଣ ଲୋକଙ୍କ ଟିକସ ଅର୍ଥ ସମ୍ଭବତଃ ଆଉ ଫେରିବାର ନାହିଁ। ବରଂ ଏୟା ହେଲା, ଆର୍ଥିକ ଦୁଃସ୍ଥିତି ଭିତରେ ଆଉଟୁ ପାଉଟୁୁ ହୋଇ ସରକାର କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନାରେ ଏହାକୁ ସାମିଲ କରିଦେଲେ। ଠିକ୍ ବର୍ଷକ ପରେ ଯୋଜନାର ସ୍ବରୂପ ବଦଳିଗଲା।

ଧାନ କିଣାରେ ଟୋକନ୍ ଅବ୍ୟବସ୍ଥ‌ା
ଧାନ କିଣାକୁ ନେଇ ଏ ବର୍ଷ ସୃଷ୍ଟି ହୋଇଥିଲା ମହାଭାରତ। ରାଜ୍ୟ ସ୍ତରରୁ ଟୋକନ୍ ବିତରଣ ବ୍ୟବସ୍ଥା ପ୍ରଥମ ଥର ପାଇଁ ଆରମ୍ଭ କରାଯାଇଥିବାରୁ ଏଥିରେ ଅନେକ ତ୍ରୁଟି ଦେଖିବାକୁ ମିଳିଥିଲା। ଆରମ୍ଭରୁ ଚାଷୀମାନେ ଧାନ ବିକ୍ରି କରି ପାରି ନ ଥିଲେ। ଏହାକୁ ନେଇ ପଶ୍ଚିମ ଓଡ଼ିଶାରେ ବଡ଼ ଧରଣର ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଥିଲା। ସରକାର ନାକେଦମ୍ ହେଲେ। ଯଦିଓ ଟୋକନ୍ ବ୍ୟବସ୍ଥା ଜାରି ରହିଲା, ତେବେ କିଛିଟା କୋହଳ କରି ସରକାର ଏହି କାର୍ଯ୍ୟକ୍ରମକୁ ଏବର୍ଷ ପାଇଁ ଜାରି ରଖିଛନ୍ତି। କିନ୍ତୁ ଏହି ଅବ୍ୟବସ୍ଥା ପାଇଁ ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe