ଲୋକଙ୍କୁ ପ୍ରବର୍ତାଇଲେ ବିରୋଧୀ ଦଳ ନେତା : ‘କାଳିଆ’ ଟଙ୍କା ଫେରାଅନି

ନିର୍ବାଚନ ଜିତିବା ପାଇଁ ଆରମ୍ଭ ହୋଇଥିଲା କାଳିଆ ଯୋଜନା

ମାର୍ଚ୍ଚରେ ମିଳିପାରେ ‘କାଳିଆ’ ତୃତୀୟ କିସ୍ତି

ଭୁବନେଶ୍ୱର : କାଳିଆ ଯୋଜନାକୁ ରାଜ୍ୟ ସରକାର ତରବରିଆ ଭାବେ ଆରମ୍ଭ କରିଥିଲେ। ଶାସକ ବିଜେଡି ନିର୍ବାଚନ ଜିତିବା ଓ କ୍ଷମତା ହାସଲ କରିବା ପାଇଁ କାଳିଆ ଯୋଜନା ଲାଗୁ କରିଥିଲା। ଦଳୀୟ କର୍ମୀମାନଙ୍କୁ ହିତାଧିକାରୀ ଚିହ୍ନଟ କରି ଏହି ଯୋଜନା ମାଧ୍ୟମରେ ଟଙ୍କା ବଣ୍ଟାଯାଇଥିଲା। ଆଉ ଏବେ ନିର୍ବାଚନ ସରିବା ପରେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରି ଅର୍ଥ ଫେରାଇବା କହି ଚାଷୀଙ୍କ ମନରେ ସରକାର ଆତଙ୍କ ସୃଷ୍ଟି କରୁଛନ୍ତି ବିଜେପି ଅଭି‌େଯାଗ କରିଛି। ରାଜ୍ୟର ଚାଷୀମାନେ ଗୋଟିଏ ବି ଟଙ୍କା ଫେରସ୍ତ ନ କରିବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଆହ୍ବାନ ଦେଇଛନ୍ତି।

ଶ୍ରୀ ନାଏକ କହିଛନ୍ତି ଯେ କାଳିଆ ଯୋଜନା ଆରମ୍ଭରୁ ପ୍ରଥମେ ହିତାଧିକାରୀଙ୍କ ପାଖରୁ ଦରଖାସ୍ତ ଗ୍ରହଣ କରାଯାଇଥିବ ଏବଂ ଏହାକୁ ତନଖି କରି ଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଇଥିବ। କିନ୍ତୁ ନିର୍ବାଚନ ଥିବାରୁ ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ତରବରିଆ ଭାବେ ଲାଗୁ କରି ୫ ହଜାର ଟଙ୍କା ଲେଖାଏ ୫୧ ଲକ୍ଷ ଲୋକଙ୍କୁ ବାଣ୍ଟି ଭୋଟ ହାତେଇ ଥିଲେ। ଏବେ ୩ ଲକ୍ଷ ୪୧ ହଜାର ଚାଷୀଙ୍କୁ ଅଯୋଗ୍ୟ ଦର୍ଶାଇ ସେମାନଙ୍କ ଠାରୁ ୧୭୦ କୋଟି ୫୦ ଲକ୍ଷ ଟଙ୍କା ଆଦାୟ କରିବାକୁ ବସିଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଚାଷୀମାନେ ସରକାରଙ୍କୁ ପଇସା ମାଗି ନ ଥିଲେ। ସରକାର ତାଙ୍କ ସ୍ୱାର୍ଥ ପାଇଁ କାଳିଆ ଯୋଜନାକୁ ଲାଗୁ କରିଥିଲେ। ରାଜ୍ୟର କୌଣସି ଚାଷୀ ଭାଇ ସେମାନଙ୍କର ଟଙ୍କା ନ ଫେରାଇଲେ କିଛି ବି ଅସୁବିଧା ହେବ ନାହିଁ। ରାଜ୍ୟ ସରକାର ଚାଷୀଙ୍କ ପାଖରୁ ଅର୍ଥ ଆଦାୟ କରିବାର ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ। କାଳିଆ ଯୋଜନାର ତାଲିକାରେ ଯେଉଁ ଅଧିକାରୀମାନେ ନିଜ କ୍ଷମତାକୁ ଅପବ୍ୟବହାର କରି ଅଯୋଗ୍ୟ ହିତାଧିକାରୀମାନଙ୍କୁ ସାମିଲ କରିଛନ୍ତି ସେହି ସରକାରୀ ଅଫିସର ଏବଂ କୃଷି ଅଧିକାରୀମାନଙ୍କ ଠାରୁ ଏହି ଅର୍ଥ ଆଦାୟ କରିବାକୁ ଶ୍ରୀ ନାଏକ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe