କଳିକେଶ ବିଜେଡିର ପାଳଲହଡ଼ା ପର୍ଯ୍ୟବେକ୍ଷକ ନିଯୁକ୍ତ

Advertisment

ସତ୍ୟବ୍ରତ ସାଧାରଣ ସମ୍ପାଦକ, ଏଲିନା ଜଟଣୀ ସହ-ପର୍ଯ୍ୟବେକ୍ଷକ, ହରପ୍ରସାଦଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର

ସତ୍ୟବ୍ରତ ସାଧାରଣ ସମ୍ପାଦକ, ଏଲିନା ଜଟଣୀ ସହ-ପର୍ଯ୍ୟବେକ୍ଷକ, ହରପ୍ରସାଦଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର

ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ କଳିକେଶ

Livemint

ଭୁବନେଶ୍ବର : ଆଜି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଦଳର ସାଂଗଠନିକ ଦାୟିତ୍ବରେ ନୂତନ କର୍ମକର୍ତ୍ତା ନିଯୁକ୍ତ କରିବା ସହ ବଲାଙ୍ଗୀର ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କୁ ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ସେହିପରି ପାଳଲହଡ଼ା ନିର୍ବାଚନମଣ୍ଡଳୀର ସହ-ପର୍ଯ୍ୟବେକ୍ଷକ ଭାବେ ଦଳର ଲାଞ୍ଜିଗଡ଼ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଦିଶାରୀଙ୍କୁ ନିଯୁକ୍ତି ମିଳିଛି।

ବିଜେଡି ପକ୍ଷରୁ ଜାରି ପ୍ରେସ୍ ଇସ୍ତାହାର ଅନୁଯାୟୀ, ନିମାପଡ଼ା ନିର୍ବାଚନମଣ୍ଡଳୀର ସତ୍ୟବ୍ରତ ପାତ୍ରଙ୍କୁ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଥିବା ବେଳେ ସ୍ମୃତି ପ୍ରକାଶ ନନ୍ଦଙ୍କୁ ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି। ବିଜୁ ମହିଳା ଜନତା ଦଳ ସମ୍ପାଦିକା ଏଲିନା ଦାସ ଓ ମନ୍ଦାକିନୀ କରଙ୍କୁ ଜଟଣୀ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ ଏବଂ କଟକ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ସିଂହଙ୍କୁ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ ଭାବେ ସଭାପତି ନିଯୁକ୍ତି ଦେଇଛନ୍ତି। ଅନ୍ୟପଟେ ଗଞ୍ଜାମ ଜିଲ୍ଲାର ହରପ୍ରସାଦ ସାହୁଙ୍କ ବହିଷ୍କାର ଆଦେଶକୁ ପ୍ରତ୍ୟାହାର କରାଯିବା ସହ ତାଙ୍କୁ ବେଗୁନିଆ ନିର୍ବାଚନମଣ୍ଡଳୀର ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଥିବା ନେଇ ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe