ମନମୋହନଙ୍କ କାର୍ଯ୍ୟକ୍ରମରେ କାଳିମାଡ଼ ଘଟଣା: ଏକାଠି ହେଲେ ବିଜେଡି-ବିଜେପି କର୍ପୋରେଟର୍‌

ମନମୋହନଙ୍କ କାର୍ଯ୍ୟକ୍ରମରେ କାଳିମାଡ଼ ଘଟଣା: ଏକାଠି ହେଲେ ବିଜେଡି-ବିଜେପି କର୍ପୋରେଟର୍‌

ବ୍ରହ୍ମପୁର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବ୍ରହ୍ମପୁର ଗସ୍ତ କାର୍ଯ୍ୟକ୍ରମରେ କାଳିମାଡ଼ ଘଟଣାକୁ କେନ୍ଦ୍ରକରି ଏବେ ଏଠାକାର ରାଜନୀତି ଉଷ୍ମ ରହିଛି। ଆଜି ଆଉ ଏକ ରୋଚକ ଘଟଣା ବି ଦେଖିବାକୁ ମିଳିଛି। ଘଟଣାଟି ହେଉଛି, ବିଜେପି ଜିଲ୍ଲା ସଭାପତିଙ୍କ ବି‌ରୋଧ‌ରେ ଅଭିଯୋଗ ଆଣିଥିବା ଦଳୀୟ କର୍ପୋରେଟର୍‌ ନୀଳକଣ୍ଠ ସାହୁଙ୍କ ସମର୍ଥନରେ ବିଜେଡି କର୍ପୋରେଟର୍‌ ବାହାରିଛନ୍ତି।

ଦଳର ରାଜ୍ୟ ସଭାପତିଙ୍କ ଗସ୍ତ ବେଳେ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ପ୍ରଶମିତ କରିବା ପାଇଁ ସେ ଉଦ୍ୟମ କରୁଥିବା ବେଳେ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ଅନ୍ୟ ବରିଷ୍ଠ ନେତାମାନେ ତାଙ୍କୁ ମାଡ଼ ମାରିଥିଲେ ବୋଲି କର୍ପୋରେଟର୍‌ ଶ୍ରୀ ସାହୁ ଅଭିଯୋଗ କରିଛନ୍ତି। ସେ ଆହୁରି ମଧ୍ୟ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଜିଲ୍ଲା ସଭାପତି ଶ୍ରୀ ଜେନା ତାଙ୍କୁ ହତ୍ୟା କରିବା ପାଇଁ ଷଡ଼୍‌ଯନ୍ତ୍ର କରୁଛନ୍ତି। ଆଜି ପୁଣି ବ୍ରହ୍ମପୁର ଏସ୍‌ପି ଡା. ଶରବଣା ବିବେକ ଏମ୍‌.ଙ୍କୁ ଭେଟି ସେ ସୁରକ୍ଷା ଦେବାକୁ ଅନୁରୋଧ କରିଥିବା ବେଳେ କୌଣସି ଜଣେ ହେଲେ ବି ଦଳୀୟ କର୍ପୋରେଟର୍‌ ତାଙ୍କ ସହିତ ନଥିଲେ। ମାତ୍ର, ଏସ୍‌ପିଙ୍କୁ ଭେଟିବା ସମୟରେ ବିଜେଡିର ୧୦ରୁ ଅଧିକ କର୍ପୋ‌ରେଟର୍‌ ଉପସ୍ଥିତ ଥିଲେ। ଏହି ଘଟଣା ଆଜି ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ବାରା ଘଟଣାର ତଦନ୍ତ କରାଯିବ ବୋଲି ଏସ୍‌ପି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe