କାଲିମେଳା ଜମି ଦୁର୍ନୀତି ଘଟଣା: ପୂର୍ବତନ ତହସିଲଦାର ଆଲୋକ ଅନୁଗୁଳିଆ ନିଳମ୍ବିତ

Advertisment
କାଲିମେଳା ଜମି ଦୁର୍ନୀତି ଘଟଣା: ପୂର୍ବତନ ତହସିଲଦାର ଆଲୋକ ଅନୁଗୁଳିଆ ନିଳମ୍ବିତ

ମାଲକାନଗିରି: କାଲିମେଳା ତହସିଲ କାର୍ଯ୍ୟାଳୟରେ ହୋଇଥିବା ଦୁର୍ନୀତିରେ ଆଜି ବଳି ପଡିଛନ୍ତି ପୂର୍ବତନ ତହସିଲଦାର ଆଲୋକ କୁମାର ଅନୁଗୁଳିଆ। ରାଜ୍ୟ ରାଜସ୍ବ ଏବଂ ବିପର୍ଯ୍ୟୟ ବିଭାଗ ତରଫରୁ ପୂର୍ବତନ ତହସିଲଦାର ଶ୍ରୀ ଅନୁଗୁଳିଆଙ୍କୁ ନିଳମ୍ବିତ କରାଯାଇଥିବା ନେଇ ନିର୍ଦେଶ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ କାଲିମେଳା ତହସିଲରେ ଶାଗମାଛ ଦରରେ ମୂଲ୍ୟବାନ ଜମିକୁ ଠିକାଦାର, ପୁଞ୍ଜିପତି, ସରକାରୀ କର୍ମଚାରୀମାନଙ୍କୁ ପ୍ରଦାନ କରାଯାଇଥିଲା। ଏହି ଖବର ସମ୍ବାଦରେ ପ୍ରଥମେ ପ୍ରକାଶ ପାଇଥିଲା। ଯାହାଫଳରେ ଜିଲ୍ଲା ପ୍ରଶାସନ କାଲିମେଳା ତହସିଲର ଜଣେ କିରାଣୀ ଏବଂ ରାଜସ୍ବ ନିରୀକ୍ଷକଙ୍କୁ ନିଳମ୍ବିତ କରିଥିଲା। ଡେରିରେ ହେଲେ ମଧ୍ୟ ତହସିଲଦାର ଆଲୋକ କୁମାର ଅନୁଗୁଳିଆଙ୍କୁ କୋରାପୁଟ ଜିଲ୍ଲାକୁ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଥିଲା।

ଆଜି ରାଜସ୍ବ ଓ ବିପର୍ଯ୍ୟୟ ବିଭାଗ ତରଫରୁ ତାଂକୁ ନିଳମ୍ବିତ କରାଯାଇଥିବା ନେଇ ଚିଠି ଆସିବା ପରେ କାଲିମେଳା ଅଂଚଳରେ ଖୁସିର ଲହରି ଖେଳିଯାଇଛି। ଏହି ଘଟଣାରେ ସଂପୃକ୍ତ ଥିବା ଡାଟା ଏଣ୍ଟ୍ରି ଅପରେଟରକୁ ମଧ୍ୟ କାଲିମେଳା ତହସିଲରୁ ଖଇରପୁଟ ତହସିଲକୁ ବଦଳି କରାଯାଇଥିଲା। ଦୀର୍ଘ ଦିନ ଧରି ବିଭିନ୍ନ ରାଜନୈତିକ ଦଳ, ସମାଜସେବୀ ଶରତ ଚନ୍ଦ୍ର ବୁରୁଦା ସମେତ ବହୁ ଗରିବ ଲୋକ ଏହି ଦୁର୍ନୀତିର ପର୍ଦାଫାସ କରିବାକୁ ପ୍ରଶାସନ ନିକଟରେ ନେହୁରା ହୋଇଥିଲା। ଯାହାର ଫଳ ଆଜି ସେମାନେ ପାଇଛନ୍ତି ବୋଲି ଖୁସିରେ କହିଥିଲେ। ଯେଉଁ ଲୋକମାନେ ଅନ୍ୟାୟ ଭାବେ ପଟ୍ଟା ପାଇଛନ୍ତି ସେମାନଙ୍କ ଠାରୁ ତୁରନ୍ତ ପଟ୍ଟା ଫେରସ୍ତ ଅଣାଯାଉ ବୋଲି ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe