କାଲିମେଳା ଜୋନ୍‌-୨ ବିଜେପି ପ୍ରାର୍ଥୀ ନିଖୋଜ! ସନ୍ଧାନ ପାଇଁ ଥାନାରେ ଏତଲା ଦେଲା ବିଜେପି

Advertisment

ରଜନୀତି ପାଇଁ ଇଚ୍ଛା ନଥିବା କହିଲେ ବାପା, କୋରାପୁଟରେ ସୁରକ୍ଷିତ ଅଛନ୍ତି ରୀନା: ଏସ୍‌ପି

ରଜନୀତି ପାଇଁ ଇଚ୍ଛା ନଥିବା କହିଲେ ବାପା, କୋରାପୁଟରେ ସୁରକ୍ଷିତ ଅଛନ୍ତି ରୀନା: ଏସ୍‌ପି

କାଲିମେଳା ଜୋନ୍‌-୨ ବିଜେପି ପ୍ରାର୍ଥୀ ନିଖୋଜ! ସନ୍ଧାନ ପାଇଁ ଥାନାରେ ଏତଲା ଦେଲା ବିଜେପି

କାଲିମେଳା/ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ଜୋନ୍‌-୨ ବିଜେପିରୁ ପ୍ରାର୍ଥୀ ହୋଇଥିବା ରୀନି କବାସୀ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ଏହିଭଳି ଅଭିଯୋଗ ଆଣି ବିଜେପି ପକ୍ଷରୁ ଥାନାରେ ଏତଲା ଦେଇଛନ୍ତି। ବିଜେପି ନିଖୋଜ ନେଇ ଥାନାରେ ଏତଲା ଦେବାପରେ ସରଗରମ ହୋଇଛି ମାଲକାନଗିରି ଜିଲ୍ଲା ରାଜନୀତି।

ଉଚ୍ଚଶିକ୍ଷିତ ରୀନା ରେଳ ବିଭାଗରେ ଚାକିରି କରୁଥିଲେ। ତେବେ ଚାକିରି ଛାଡ଼ି ଗାଁକୁ ଫେରିବା ପରେ ବିଜେପି ତାଙ୍କୁ କାଲିମେଳା ଜୋନ୍‌-୨ ଜିଲ୍ଲା ପରିଷଦ ଆସନରୁ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲା। ୨୦ତାରିଖ ଦିନ ମାଲକାନଗିରି ଉପଜିଲ୍ଲାପାଳଙ୍କ ନିକଟରେ ରୀନି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ୨୪ତାରିଖ ଦିନ ବିଜେପି କର୍ମୀ ରୀନାଙ୍କ ଘରେ ପହଞ୍ଚିବା ବେଳକୁ ସେ ନଥିଲେ। ୨୩ତାରିଖ ରାତିରୁ ନିଖୋଜ ଥିବା ଜଣାପଡ଼ିଥିଲା। କେଉଁଠି ଅଛନ୍ତି ଏବଂ କେମିତି ଅଛନ୍ତି ସେହି ବିଷୟରେ ବି କେହି କିଛି ସ୍ପଷ୍ଟ ରୂପେ କହିପାରି ନଥିଲେ। ବିଜେପି କର୍ମୀଙ୍କ ସନ୍ଦେହ ବଢ଼ିବାରୁ ଆଜି ଥାନାରେ ଏତଲା ଦେଇଛନ୍ତି। ଅନ୍ୟପଟେ ବିଜେଡି ଏଭଳି ସନ୍ଦେହକୁ ଖଣ୍ଡନ କରିଛି। ରୀନା ଜଣେ ଉଚ୍ଚଶିକ୍ଷିତା ଆଦିବାସୀ ଯୁବତୀ, କାହିଁକି ସେ ପ୍ରଲୋଭିତ ହେବେ ବୋଲି ଜଣେ ବରି‌ଷ୍ଠ ବିଜେଡି ନେତା କହିଛନ୍ତି। ରୀନାଙ୍କ ବାପା କହିଛନ୍ତି, ରାଜନୀତି ପାଇଁ ତାଙ୍କ ବାପାଙ୍କ ଇଚ୍ଛା ନଥିଲା। ଅନ୍ୟପକ୍ଷରେ, ଘଟଣା ସଂପର୍କରେ ଏସ୍‌ପି ନିତେଶ ୱାଧୱାନି କହିଛନ୍ତି, ନିଖୋଜ ରୀନା କବାସୀ କୋରାପୁଟରେ ରହିଥିବା ସୂଚନା ମିଳିଛି। ସେ ସଂପୂର୍ଣ୍ଣ ସୁରକ୍ଷିତ ଏବଂ ସ୍ବଇଚ୍ଛାରେ କୋରାପୁଟ ଯାଇଛନ୍ତି। କୌଣସି ରାଜନୈତିକ ଦଳ ଚାପ ପ୍ରୟୋଗ କରିନାହାନ୍ତି କିମ୍ବା କୌଣସି ରାଜନୈତିକ ଅଭିସନ୍ଧି ନଥିବା ପ୍ରକାଶ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe