୫ ଦଫା ଦାବି ନେଇ କଳିଙ୍ଗନଗର ମଜ୍‌ଦୁର ସଂଘର ବିକ୍ଷୋଭ, ପ୍ରତିଶ୍ରୁତି ପାଇବା ପରେ ଧାରଣାରୁ ଓହରିଲେ

୫ ଦଫା ଦାବି ନେଇ କଳିଙ୍ଗନଗର ମଜ୍‌ଦୁର ସଂଘର ବିକ୍ଷୋଭ, ପ୍ରତିଶ୍ରୁତି ପାଇବା ପରେ ଧାରଣାରୁ ଓହରିଲେ

ଭୁବନେଶ୍ବର: ୫ ଦଫା ଦାବି ନେଇ କଳିଙ୍ଗନଗର ମଜ୍‌ଦୁର ସଂଘ ପକ୍ଷରୁ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦାବିଗୁଡ଼ିକ ମଧ୍ୟରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌(ଏନ୍‌ଆଇଏନ୍‌ଏଲ୍‌)ର ପରିଚାଳନା ଦାୟିତ୍ବ ସେଲ୍‌, ଆର୍‌ଆଇଏନ୍‌ଏଲ୍‌ କିମ୍ବା ରାଜ୍ୟ ସରକାର ହାତକୁ ନିଅନ୍ତୁ, କାରଖାନା ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ତୁରନ୍ତ ସରକାରୀ ପୁଞ୍ଜି ନିବେଶ କରାଯାଉ, କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟ ଠିକ୍‌ ସମୟରେ ପ୍ରଦାନ କରାଯାଉ, ଠିକା ଶ୍ରମିକ ଉଚ୍ଛେଦକୁ ତୁରନ୍ତ ବନ୍ଦ କରାଯାଉ ଏବଂ ସମସ୍ତ ବାସଚ୍ୟୁତ କର୍ମଚାରୀଙ୍କୁ ନାର୍ଯ୍ୟ ପ୍ରାପ୍ୟ ପ୍ରଦାନ କରିବା ଆଦି ରହିଛି।

ସଂଘର ଏକ ପ୍ରତିନିଧିମଣ୍ଡଳୀ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହ ଦାବି ଉପରେ ଆଲୋଚନା କରିଥିଲେ। ଦାବି ଉପରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀଙ୍କଠାରୁ ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନକାରୀ ଧାରଣାରୁ ଓହରିଛନ୍ତି। ସାଧାରଣ ସମ୍ପାଦକ ବିଷ୍ଣୁଚରଣ ବିଶ୍ବାଳ, କାର୍ଯ୍ୟକାରୀ ସଭାପତି ପ୍ରିୟନାଥ ମହନ୍ତ, ଶିବାଶିଷ ରାୟ, ଉପସଭାପତି ଅଭିରାମ ଦାଶ, ନିଆଜ୍‌ ହକ୍‌, ସୁଶାନ୍ତ ବିଶ୍ବାଳ, ପ୍ରଦୀପ ପଟ୍ଟନାୟକଙ୍କ ନେତୃତ୍ବରେ ବହୁ କର୍ମକର୍ତ୍ତା ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କାରାଯିବ ବୋଲି ସଂଘ ଚେତାବନୀ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe