ଅପରାଜିତା ଷଡ଼ଙ୍ଗୀଙ୍କୁ ଘେରିଲା କଳିଙ୍ଗ ସେନା

Advertisment
ଅପରାଜିତା ଷଡ଼ଙ୍ଗୀଙ୍କୁ ଘେରିଲା କଳିଙ୍ଗ ସେନା

Hindustan Times

ଭୁବନେଶ୍ବର : ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ଦୁର୍ନୀତି ଅଭିଯୋଗରେ ଘେରିଛି କଳିଙ୍ଗ ସେନା। ଆଜି ହୋଟେଲ ତାଜ୍‌ ଓଡ଼ିଶାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେନାର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଭକ୍ତଶେଖର ରାୟ କହିଲେ, ଶ୍ରୀମତୀ ଷଡ଼ଙ୍ଗୀ ବିଏମ୍‌ସି କମିସନର ଥିବା ସମୟରେ ରାଜକୋଷର ୨ଶହ କୋଟି ଟଙ୍କାର ହିସାବ ମିଳୁନାହିଁ। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦାୟିତ୍ବରେ ଥିବା ସମୟରେ କଣ୍ଢେଇ କିଣାରେ ହେରଫେର୍‌ ହୋଇଥିବା ଅଭିଯୋଗ ହୋଇଥିଲା। ସ୍କୁଲ ଓ ଗଣଶିକ୍ଷା ବିଭାଗରେ ସଚିବ ଥିବା ବେଳେ ଶିକ୍ଷୟତ୍ରୀଙ୍କ ପାଇଁ ୟୁନିଫର୍ମ କିଣାରେ କୋଟି କୋଟି ଟଙ୍କା ହେରଫେର୍‌ ହୋଇଥିବା ଅଭିଯୋଗ ହୋଇଥିଲା। ଏସବୁ ଅଭିଯୋଗକୁ ଦେଖିଲେ ସେ ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ ବୋଲି ବିଶ୍ବାସ କରିବା କଷ୍ଟକର। ଏହି ସାମ୍ବାଦିକ ସମ୍ମିଳୀନରେ ଦଳର ଏକାମ୍ର ପ୍ରାର୍ଥିନୀ ଦୀପ୍ତିମୟୀ ମହାପାତ୍ର, ଉତ୍ତର ପ୍ରାର୍ଥୀ ପ୍ରଦୀପ ସାହୁ ଓ ମଧ୍ୟମ ପ୍ରାର୍ଥିନୀ ସୁଭଦ୍ରା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe