ଜମୁୁଛି କଳିଙ୍ଗନଗର ମହୋତ୍ସବ

ଜମୁୁଛି କଳିଙ୍ଗନଗର ମହୋତ୍ସବ

ଦାନଗଦୀ : କଳିଙ୍ଗନଗର ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ବିଜେଡିର ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗଦେଇ ସାଂସ୍କୃତିକ ମଞ୍ଚକୁ ଉଦ୍‌ଘାଟନ କରିଥିଲେ। ଯାଜପୁର ଜିଲ୍ଲା ଉପରେ ମୁଖ୍ୟମନ୍ତ୍ରୀଙ୍କ ଶୁଭଦୃଷ୍ଟି ରହିଛି। ​ଆଜି ଯାଜପୁର ଜିଲ୍ଲା ପ୍ରଗତି ପଥରେ ଯାଉଛି। ସୁକିନ୍ଦାର ବିଧାୟକ ତଥା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ସୁଯୋଗ୍ୟ ପିତାଙ୍କର ସୁଯୋଗ୍ୟ ସନ୍ତାନ। ସେ ଆଜି ସମଗ୍ର ସୁକିନ୍ଦାକୁ ବିକଶିତ କରିପାରିଛନ୍ତି ବୋଲି ଶ୍ରୀ ଦାସ କହିଥିଲେ। ଏ ଅବସରରେ ମହୋତ୍ସବ ପରିଚାଳନା କମିଟି ମୁଖ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଚଳିତ ମହୋତ୍ସବର ନିଆରା ଯୋଜନା ଇସ୍ପାତ ସମ୍ମେଳନକୁ ଶ୍ରୀ ଦାସ ଭୂୟସୀ ପ୍ରଶଂସା କରିଥିଲେ। ମନ୍ତ୍ରୀ ଶ୍ରୀ ଘଡ଼ାଇଙ୍କ ସ୍ଵପ୍ନକୁ ସ୍ଵତନ୍ତ୍ର ଭାବେ କାର୍ଯ୍ୟକାରୀ କରିବା ଦିଗରେ ସହଯୋଗ କରିବା ସହ ୨୦୨୪ ରେ ମହୋତ୍ସବ ମଞ୍ଚ ଷ୍ଟିଲ କନକ୍ଲେଭ ଭାବେ ପାଳିତ ହେବ ବୋଲି ଶ୍ରୀ ଦାସ କହିଥିଲେ। ଭିଜନ ଷ୍ଟିଲ କନ୍‌କ୍ଲେଭ୍‌ ସମ୍ପର୍କରେ ଏକ ଚିତ୍ର ପଦର୍ଶନ କରାଯାଇଥିଲା।

publive-image

ମୁଖ୍ୟ ଅତିଥି ଭାବେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଯୋଗଦେଇ ୨୦୩୦ ସୁଦ୍ଧା ଭାରତରେ ୩ଶହ ନିୟୁତ ଟନ୍‌ ଇସ୍ପାତ ଉତ୍ପାଦନ ହେବ ଏବଂ ଏଥିରୁ ଓଡ଼ିଶାରେ ୧୦୦ ନିୟୁତ୍‌ ଇସ୍ପାତ ଉତ୍ପାଦନ ହେବ ବୋଲି କହିଥିଲେ। ରାଜ୍ୟର ଶିଳ୍ପନୀତି ଦେଖି ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଅନେକ ଶିଳ୍ପପତି ଆକୃଷ୍ଟ ହେଉଛନ୍ତି। ପ୍ରୀତିରଂଜନ ଘଡ଼ାଇଙ୍କ ନେତୃତ୍ବରେ କଳିଙ୍ଗନଗରରେ ଅନେକ ଡାଉନଷ୍ଟ୍ରିମ୍‌ ଶିଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି। ଏହାଦ୍ବାରା ସ୍ଥାନୀୟ ନିଯୁକ୍ତି ବଢ଼ିବ ଏବଂ ଏଠାରେ ଷ୍ଟିଲ କନ୍‌କ୍ଲେଭ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

publive-image

କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଦାନଗଦୀ ବ୍ଲକ ଅଧ୍ୟକ୍ଷା ଅର୍ଚ୍ଚନା ଦାସ, ସୁକିନ୍ଦା ବ୍ଳକ ଅଧ୍ୟକ୍ଷ ଦିବ୍ୟ ରଞ୍ଜନ ବରାଳ, ସୁକିନ୍ଦା ନିର୍ବାଚନମଣ୍ଡଳୀ ଯୁବ ବିଜେଡି ସଭାପତି ପ୍ରଦୀପ କୁମାର ମହାନ୍ତି ଉପସ୍ଥିତ ଥିଲେ। ଅଭିନେତା ପୁପିନ୍ଦର ଓ ଶୋଭନା ମଞ୍ଚ ପରିଚାଳନା କରିଥିଲେ। ମଞ୍ଚ ରେ ସୁନାମଧନ୍ୟ ସ୍ଥପତି ଡ. ଜ୍ଞାନେଶ ମିଶ୍ର, ସୁଶାନ୍ତ କୁମାର ଦାସ ଓ ହସ୍ତତନ୍ତ ବୁଣାକାର ଲକ୍ଷ୍ମୀଧର ଚାନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଥମେ କୁନି ପିଲାମାନେ ନୃତ୍ୟ ପରିବେଷଣ କକରିଥିଲେ। ପରେ ଶୀତଲ କବି, ବୈଦ୍ୟନାଥ, ଶୁଭାଶିଷ ଓ ମଣ୍ଟୁ ଛୁରିଆଙ୍କ ସମ୍ବଲପୁରୀ ଗୀତ ଓ ଅନ୍ୟ କଳାକାରଙ୍କ କାର୍ଯ୍ୟକ୍ରମକୁ ଦର୍ଶକ ଉପଭୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe