କଳିଙ୍ଗନଗର ଶିଳ୍ପାଞ୍ଚଳ ଗାଁର ଦୁର୍ଦ୍ଦଶା: ଟ୍ରାନ୍ସଫର୍ମର ନଥିବାରୁ ପ୍ରକଳ୍ପ ଅଚଳ, ପିଇବା ପାଣି ପାଇଁ ଲୋକେ ଡହଳବିକଳ

Advertisment
କଳିଙ୍ଗନଗର ଶିଳ୍ପାଞ୍ଚଳ ଗାଁର ଦୁର୍ଦ୍ଦଶା: ଟ୍ରାନ୍ସଫର୍ମର ନଥିବାରୁ ପ୍ରକଳ୍ପ ଅଚଳ, ପିଇବା ପାଣି ପାଇଁ ଲୋକେ ଡହଳବିକଳ

ଦାନଗଦୀ : ଇସ୍ପାତ ରାଜଧାନୀ କଳିଙ୍ଗନଗରରେ ଗୋଟିଏ ପରେ ଗୋଟିଏ ଶିଳ୍ପ ଗଢ଼ିଉଠୁଛି। ମାତ୍ର ଶିଳ୍ପ ପାର୍ଶ୍ବବର୍ତ୍ତୀ ଗାଁଗୁଡ଼ିକର ଅବସ୍ଥା କହିଲେ ନସରେ। ପିଇବା ପାଣି ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ଦାନଗଦୀ ବ୍ଲକର ଯଖପୁରା ପଞ୍ଚାୟତ ୧ ନଂ ୱାର୍ଡ କୁଡ଼ୁମି ସାହିକୁ ପାନୀୟଜଳ ଯୋଗାଣ ହେଉନାହିଁ। ଟ୍ୟାପ୍‌ ବସିଛି କିନ୍ତୁ ତାହା ଭଙ୍ଗା।

ଗାଁର ବିପିଏଲ କାର୍ଡଧାରୀ ପରିବାରଗୁଡ଼ିକୁ ବିଜୁଳି ସେବା ଯୋଗାଇବା ପାଇଁ ଦଶବର୍ଷ ତଳେ ଏକ ଟ୍ରାନ୍‌ସଫର୍ମର ବସାଯାଇଥିଲା। ତାହା ଲୋକମାନଙ୍କ କାମରେ ନଲାଗି ‘ସରକାରକା ମାଲ୍ ଦରିଆ ମେ ଡାଲ୍‌’ ନୀତିରେ ସେବେଠାରୁ ଅଚଳ ପଡ଼ିରହିଛି।

ଏ ବିଷୟରେ ଅନେକଥର ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ସୁଫଳ ମିଳିପାରି ନାହିଁ। ସେହିପରି ବକେୟା ବିଲ୍ ପୈଠ ହୋଇନଥିବା ଦର୍ଶାଇ ସାହିର ପାନୀୟଜଳ ପ୍ରକଳ୍ପରୁ ଗତ ଡିସେମ୍ବର ୨୪ ତାରିଖରୁ ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯାଇଛି। ଫଳରେ ଶତାଧିକ ପରିବାର ପିଇବା ପାଣି ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି। ଏଥିପ୍ରତି ଦୃଷ୍ଟି ଦେଇ ପାନୀୟଜଳ ପ୍ରକଳ୍ପର ଟ୍ରାନସଫର୍ମର ଓ ବିପିଏଲ ଟ୍ରାନ୍‌ସଫର୍ମରକୁ ସଚଳ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe