ଭଦ୍ରକର ପ୍ରସିଦ୍ଧ ଚରମ୍ପା କାଳୀପୂଜା ଉଦଯାପିତ  

Advertisment
ଭଦ୍ରକର ପ୍ରସିଦ୍ଧ ଚରମ୍ପା କାଳୀପୂଜା ଉଦଯାପିତ  

ଭଦ୍ରକ: ଭଦ୍ରକର ପ୍ରସିଦ୍ଧ କାଳୀପୂଜା ପାଇଁ  ଉତ୍ସବ ମୁଖରଥିଲା ଚରମ୍ପା ସହର। ୭ ଦିନ ଧରି ଏଇ ପୂଜା ଉତ୍ସବ ବେଶ୍ ଧୁମ୍‌ଧାମରେ ପାଳିତ ହୋଇ ଯାଇଛି। ରବିବାର ଶେଷ ଦିନ‌ରେ ଚରମ୍ପାର ସବୁ ପୂଜା ମଣ୍ଡପରେ ହଜାର ହଜାର ଭକ୍ତଙ୍କର ସମାଗମ ହୋଇଥିଲା। ମା ଭଦ୍ରକ କାଳୀଙ୍କ ପୀଠ, ମା ଦକ୍ଷିଣ କାଳୀଙ୍କପୀଠ ଓ ମା ପଥର  କାଳୀଙ୍କ ପୀଠରେ ଭକ୍ତଙ୍କର ଭିଡ ପରିଲକ୍ଷିତ ହୋଇଥିଲା। ୧୨ ତାରିଖରୁ ଆରମ୍ଭ ହୋଇଥିବା କାଳୀପୂଜା ଉତ୍ସବ  ଆଜି ୧୮ ତାରିଖରେ ଶେଷ ହୋଇଛି। ସୋମବାର ୧୯ ତାରିଖ ରବିବ‌ାରରେ ମହା ସମାରୋହରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ।

ଏଇ ଭସାଣି ଉତ୍ସବରେ ଚରମ୍ପାରେ ୮ଟି  କାଳୀପୂଜା ମେଢ ସାମିଲ ହେବେ। ଚରମ୍ପାର ଷ୍ଟେସନ ରୋଡ ଟ୍ରାଫିକ୍  କାଳୀ, ଚରମ୍ପା ଆରସିବିଏଲ ସ୍କୁଲରୋଡ କାଳୀ ମେଢ, ଏରେଇ କାଳୀପୂଜା ମେଢ, ପିଡବୁଲଆଇ  କାଳୀମେଢ, ଡଗରାସାହି କାଳୀ ମେଢ, ପାଟଣାସାହି  କାଳୀମେଢ, ବାସନ୍ତୀ ଦୁର୍ଗା କାଳୀ ମେଢର ଭସାଣି ଉତ୍ସବ ଅନୁଷ୍ଠିତ ହେବ। କାଳୀପୂଜାର ଭସାଣି ଉତ୍ସବ ପାଇଁ ଚରମ୍ପାର ସବୁ ପୂଜା ମଣ୍ଡପର କର୍ମକର୍ତ୍ତାମାନେ ପ୍ରସ୍ତୁତି ଆରମ୍ଭ କରିଥିବା  ବେଳେ ପୁଲିସ  ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୨୦ ପ୍ଲାଟୁନ୍  ଫୋର୍ସ ଶାନ୍ତି ଶୃଙ୍ଖଳ‌ା ରକ୍ଷା କରିବା ପାଇଁ ମୁତୟତ କରାଯିବ  ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe