ଆଠମଲ୍ଲିକ ବିଧାୟକଙ୍କୁ ଲାଗିଲା କାଳିସୀ! କଳସ ଶୋଭାଯାତ୍ରା ବେଳେ ଥରିଲେ, ଠାକୁରାଣୀ ଭାବି ପୂଜ‌ା କଲେ ଶ୍ରଦ୍ଧାଳୁ

Advertisment
ଆଠମଲ୍ଲିକ ବିଧାୟକଙ୍କୁ ଲାଗିଲା କାଳିସୀ! କଳସ ଶୋଭାଯାତ୍ରା ବେଳେ ଥରିଲେ, ଠାକୁରାଣୀ ଭାବି ପୂଜ‌ା କଲେ ଶ୍ରଦ୍ଧାଳୁ

ଆଠମଲ୍ଲିକ/ପାଇକସାହି : ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କୁ ଲାଗିଛି କାଳିସୀ! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ରମେଶଙ୍କ ନିଜ ପଞ୍ଚାୟତ ଆମ୍ବସରମୁଣ୍ଡାରେ।

ଗୋଣ୍ଡ ସମାଜର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଜଂଘା ବଡ଼ଦେଓଙ୍କ ମନ୍ଦିର (‌ଜଂଘାପେନ୍‌ ଠାନା)ଆମ୍ବସରମୁଣ୍ଡାରେ ରହିଛି। ଆଠମଲ୍ଲିକ ଗୋଣ୍ଡୱାନା ପରିଷଦ ଜଂଘା ବଡ଼ଦେଓ ପୂଜା କମିଟି ପକ୍ଷରୁ ଗତକାଲିଠାରୁ ଶ୍ରୀ ଶ୍ରୀ ଜଂଘା ବଡ଼ଦେଓଙ୍କ ଦୁଇଦିନିଆ ବାର୍ଷିକ ପୂଜା ଆମ୍ବସରମୁଣ୍ଡା ଗ୍ରାମରେ ଆରମ୍ଭ ହୋଇଥିଲା। ଶନିବାର ଅପରାହ୍‌ଣ ୪ଟାରେ ସପ୍ତରଂଗୀ ଝଣ୍ଡା ଉତ୍ତୋଳନ କରାଯାଇଥିଲା। ରବିବାର ସକାଳ ସାଢ଼େ ୭ଟାରେ ସୂର୍ଯ୍ୟପୂଜା ପରେ ପୂର୍ବାହ୍ନରେ ଆମ୍ବସରମୁଣ୍ଡା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଂଘା ବଡ଼ଦେଓଙ୍କ ମନ୍ଦିର ଅଭିମୁଖେ କଳସ ଶୋଭାଯାତ୍ରା ବାହାରିଥିଲା। ବିଧାୟକ ରମେଶ ସାଏଙ୍କ ସମେତ ଗୋଣ୍ଡ ସମାଜର ବହୁ ଲୋକ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧରି ବୀରବେଶରେ ଏଥିରେ ସାମିଲ ହୋଇଥିଲେ। ଶୋଭାଯାତ୍ରା ଗାଁ ପରିକ୍ରମା କରୁଥିବା ବେଳେ ଅଚାନକ ରମେଶ ସାଏଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିିଥିଲା। ରମେଶ ଥରିବାକୁ ଲାଗିଥିଲେ। ତାଙ୍କ ହାବଭାବ କାଳିସୀ ଲାଗିବା ଭଳି ହୋଇଥିଲା। ଏହା ଦେଖି ଶୋଭାଯାତ୍ରାରେ ସାମିଲ‌ ‌େଲାକେ ତାଙ୍କୁ ଠାକୁରାଣୀ ଆସିଥିବା ଭାବି ପୂଜାର୍ଚ୍ଚନା କରିବା ଆରମ୍ଭ କରି ଦେଇଥିଲେ। ବିଶେଷ କରି ମହିଳାମାନେ ବହୁ ସଂଖ୍ୟାରେ ପୂଜା ଓ ପ୍ରଣିପାତ କରୁଥିବା ଦେଖିବାକୁ ମିଳିଥିଲା। ପାଖାପାଖି ୧୫ ମିନିଟ ପର୍ଯ୍ୟନ୍ତ ତାଙ୍କୁ କାଳିସୀ ଲାଗିଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ପରେ ଅବଶ୍ୟ ସେ ସ୍ବାଭାବିକ ଅବସ୍ଥାକୁ ଫେରିଥିଲେ। ଜଂଘା ବଡ଼ଦେଓଙ୍କ ମଣ୍ଡପ ବିଜେ ସଂପନ୍ନ ହେବା ପରେ ‌ଅନୁଷ୍ଠିତ ସଭାକାର୍ଯ୍ୟରେ ବି ରମେଶ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe