କଲ୍‌ମା ବ୍ୟାରେଜ୍‌ ରୋକିଛି ପାଣି : ଛତିଶଗଡ଼ରେ ୧୮ କିମି ପଛୁଆ ପାଣି, ଓଡ଼ିଶା ପଟେ କେବଳ ବାଲି

କଲମା ବ୍ୟାରେଜ ଗେଟ୍‌ ଖୋଲିବା ପ୍ରସଙ୍ଗ: ଓଡ଼ିଶା ଗଣମାଧ୍ୟମ ଖବରକୁ ନେଇ ଛତିଶଗଡ଼ ଖପ୍ପା

hindi.newsclick.in

ବରଗଡ଼ : ମହାନଦୀ ପ୍ରସଂଗ ନେଇ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଥିବା ପୁରୁଣା ବିବାଦର ଅନ୍ତ ହେଉନାହିଁ। ସିଡବ୍ଲୁସି ଏବଂ ସୁପ୍ରିମକୋର୍ଟରେ ମାମଲା ଥିଲେ ବି ଏହାର ଚୂଡ଼ାନ୍ତ ଫଇସଲା ହେଉନାହିଁ। ଉଭୟ ରାଜ୍ୟ ମଧ୍ୟରେ ମହାନଦୀ ଜଳ ବିବାଦକୁ ନେଇ ତିକ୍ତ ସ˚ପର୍କ ରହିଛି। ଏହି ବିବାଦ ଲମ୍ବି ଚାଲୁଥିବାରୁ ଛତିଶଗଡ଼ ଏହାର ଭରପୂର ଫାଇଦା ନେଉଛି। ମହାନଦୀ ଜଳ ପରିଚାଳନାରେ ମନମାନୀରେ ଚଳାଇଛି। ସବୁଠୁ ବିବାଦୀୟ କଲମା ବ୍ୟାରେଜ୍‌ରେ ଛତିଶଗଡ଼ର ଏହି କାରନାମା ସାମନାକୁ ଆସୁଛି।

publive-image HotnHitNews

ଅଣମୌସୁମୀ ଋତୁରେ ତଳମୁଣ୍ତ (ଓଡ଼ିଶା ପଟକୁ) ପାଣି ଛଡ଼ାଯାଉଛି ବୋଲି କହି ଛତିଶଗଡ଼ ବାରମ୍ବାର ସଫେଇ ଦେଉଛି। ହେଲେ ଏଭଳି କିଛି ପଦକ୍ଷେପ ନିଆଯାଇନାହିଁ। ଓଡ଼ିଶା ସୀମାର ନିକଟତମ କଲ୍‌ମା ବ୍ୟାରେଜରେ ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି। ଓଡ଼ିଶା ସୀମା ଡେଇଁଲେ ୧୮୨.୦୩ କୋଟି ଟଙ୍କାରେ ନିର୍ମିତ ଏହି ବୃହତ୍‌ ବ୍ୟାରେଜ୍‌ରେ ୬୫ଟି ଗେଟ୍‌ ରହିଛି। ଲମ୍ବ ହେଲା ୧.୯୮ ମିଟର‌୍‌। କିନ୍ତୁ ଏବେ (ଅଣମୌସୁମୀ ଋତୁ) ବ୍ୟାରେଜର ସମସ୍ତ ଗେଟ୍‌ ବନ୍ଦ ଥିବା ଦେଖା ଦେଇଛି। ବ୍ୟାରେଜ୍‌ର ତଦାରଖ ଦାୟିତ୍ବରେ ଥିବା ଅଧିକାରୀମାନେ ୨ଟି ଗେଟ୍‌ ଖୋଲା ରହିଥିବା କହୁଛନ୍ତି। କିନ୍ତୁ କଲ୍‌ମାର ସବୁ ଗେଟ୍‌ ବନ୍ଦ ରଖିଥିବା ଦୁଇଟି ଗେଟ୍‌ ଆ˚ଶିକ ଭାବେ ଉପରକୁ ଉଠାଯାଇଛି। ଫଳରେ ସାମାନ୍ୟ ପାଣିର ଧାର ଓଡ଼ିଶା ପଟକୁ ପ୍ରବାହିତ ହେଉଛି। ଅନ୍ୟପକ୍ଷରେ ଛତିଶଗଡ଼ ପଟେ ପଛୁଆ ପାଣି ୧୦ କିଲୋମିଟର ଯାଏଁ ଭରି ରହିଛି।

publive-image Rithwik Projects Pvt. Ltd

କଲମାରୁ ଉପରମୁଣ୍ତକୁ ପ୍ରାୟ ୧୦ କିମି ଦୂରରେ ରହିଛି ସାରାଡିହି ବ୍ୟାରେଜ୍‌। କଲ୍‌ମାର ଗେଟ୍‌ ବନ୍ଦ ଥିବାରୁ ପଛୁଆ ପାଣି ସାରାଡିହି ପର୍ଯ୍ୟନ୍ତ ପହ˚ଚି ଯାଇଛି। ସେହିପରି ସାହାଡିହରେ ମାତ୍ର ୨/୩ଟି ଗେଟ୍‌ ଆ˚ଶିକ ଭାବେ ଖୋଲା ରହିଛି। ସେଠାକାର ପଛୁଆ ପାଣି ମଧ୍ୟ ୮ କିଲୋମିଟର ଉପରମୁଣ୍ତକୁ ପହ˚ଚିଛି। ଅର୍ଥାତ ଛତିଶଗଡ଼ ପଟରେ ମହାନଦୀରେ ଜଳଜୀବନ ପରିପୁଷ୍ଟ ଥିବାବେଳେ ଓଡ଼ିଶା ପଟେ କେବଳ ବାଲି। ଛତିଶଗଡ଼ର ଏହି କାରସାଦି ଯୋଗୁଁ ମତ୍ସ୍ୟଜୀବୀଙ୍କ ପେଟପାଟଣା ସ˚କଟରେ। ଓଡ଼ିଶା ପଟେ ପାଣି ନଥିବାରୁ ନଦୀରେ ଡ˚ଗା ଚାଲୁନାହିଁ। ଯଦ୍ବାରା ମାଛ ମାରିବା ଆଉ ସମ୍ଭବ ହେଉନାହିଁ। ଛତିଶଗଡ଼ ପଟେ ପର୍ଯ୍ୟାପ୍ତ ପାଣି ଥିବାରୁ ସେଠାରେ ଯାତ୍ରୀବାହୀ ଡ˚ଗା ମଧ୍ୟ ଚାଲୁଛି। ହେଲେ ଓଡ଼ିଶା ଭାଗରେ ଶୁଖିଲା ମହାନଦୀ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe