ଆଜି ଆସିବ କଳ୍ପନାଙ୍କ ପାର୍ଥିବ ଶରୀର, କଳିଙ୍ଗ ଷ୍ଟାଡିୟମରେ ଶେଷ ଦର୍ଶନ

ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରେ ପହଂଚିଲା

SheThePeople

ଭୁବନେଶ୍ବର: ଦ୍ବିତୀୟ ଥର ଏଭେରେଷ୍ଟ୍‌ ଆରୋହଣ ପରେ ଶିଖର ଦେଶରେ ପ୍ରାଣ ହରାଇଥିବା ରାଜ୍ୟର ସର୍ବପ୍ରଥମ ଏଭରେଷ୍ଟର୍‌ କଳ୍ପନା ଦାଶଙ୍କ ପାର୍ଥିବ ଶରୀର ଶନିବାର ରାତିରେ ଭୁବନେଶ୍ବର ପହଞ୍ଚିବ। ରାତି ୮ଟା ୫୫ ମିନିଟ୍ ସମୟରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ତାଙ୍କ ମୃତଦେହ ପହଞ୍ଚିବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ କଳ୍ପନାଙ୍କ ମରଶରୀରରକୁ ରଖାଯିବ। ରାତି ସାଢ଼େ ୯ଟାରୁ ସାଢ଼େ ୧୦ଟା ଯାଏ ଲୋକେ ତାଙ୍କର ଶେଷ ଦର୍ଶନ କରିପାରିବେ।

ଉଦ୍ଧାରକାରୀ ସେର୍ପା ଦଳ ପାର୍ଥିବ ଶରୀରକୁ ଲୁକଲା ଆଣିବା ପରେ ଗୁରୁବାର ବିମାନରେ ଏହାକୁ କାଠମାଣ୍ଡୁ ଅଣାଯାଇଥିଲା। ଶୁକ୍ରବାର ଶବ ବ୍ୟବଚ୍ଛେଦ କରାଯିବା ସହିତ ପୋଲିସ୍ ରିପୋର୍ଟ, ମୃତ ପ୍ରମାଣପତ୍ର, ଇମର୍ଜିଂ ସାର୍ଟିଫିକେଟ, କାର୍ଗୋ ବୁକିଂ ଆଦି ଔପଚାରିକତା ସମ୍ପନ୍ନ ହୋଇଛି। ଶନିବାର ରାତି ୯/୧୦ ସୁଦ୍ଧା ଭୁବନେଶ୍ବର ପହଞ୍ଚିବାର ସମ୍ଭାବନା ରହିଛି ବୋଲି ରାଜ୍ୟର ପ୍ରଥମ ପୁରୁଷ ଏଭେରେଷ୍ଟ୍ ବିଜେତା ଗଣେଶ ଚନ୍ଦ୍ର ଜେନା ଏବଂ କଳ୍ପନାଙ୍କ ସହକର୍ମୀ ରଂଜିତ କର୍ମି ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।

ଏହି ଦଳରେ କଳ୍ପନାଙ୍କ ଭାଇ ପ୍ରଦୀପ ଦାସ ମଧ୍ୟ ସାମିଲ ଅଛନ୍ତି। ଗତ ମେ’ ୨୩ ତାରିଖରେ କଳ୍ପନା ଶାଢ଼ୀ ପରିଧାନ କରି ଏଭରେଷ୍ଟ ଶିଖର ଛୁଇଁ ବିରଳ କୀର୍ତିମାନ କରିବାର କିଛି ଘଣ୍ଟା ପରେ ବାଲକୋନି ଅଞ୍ଚଳରେ ପ୍ରାଣ ହରାଇଥିଲେ। ଏଭ‌ରେଷ୍ଟ୍‌ରେ ଚଳିତ ବର୍ଷ ଟ୍ରାଫିକ୍ ଜାମ ହେବାରୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା ମୃତ୍ୟୁର ଅନ୍ୟତମ କାରଣ ବୋଲି କୁହାଯାଉଥିଲେ ମଧ୍ୟ ୫୩ ବର୍ଷୀୟା କଳ୍ପନାଙ୍କ ମୃତ୍ୟୁ ଉପରୁ ସମ୍ପୂର୍ଣ୍ଣ ପରଦା ଉଠିନାହିଁ। ୨୦୦୮ ମସିହାରେ ସେ ପ୍ରଥମ ଥର ପାଇଁ ଏଭେରେଷ୍ଟ ଆରୋହଣ କରି ଓଡ଼ିଶା ଇତିହାସରେ ନୂଆ ଫର୍ଦ ଯୋଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe