ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କୃତ ହେଲେ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ କଳ୍ପତରୁ ଓଝା

Advertisment
ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କୃତ ହେଲେ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ କଳ୍ପତରୁ ଓଝା

ଭୁବନେଶ୍ୱର: ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ କଳ୍ପତରୁ ଓଝାଙ୍କୁ ଦଳରୁ ବହିଷ୍କାର କରାଯାଇଥିବାର ଖବର ମିଳିଛି । କଳ୍ପତରୁ ଓଝାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳର ସୁପ୍ରିମୋ ବହିଷ୍କାର କରିଛନ୍ତି। ସୂଚନାଯୋଗ୍ୟ,  କିଛି ସମୟ ପୂର୍ବରୁ ଅସନ୍ତୋଷ ଜାହିର କରିଥିଲେ କଳ୍ପତରୁ ଓଝା। ସେ ଦଳର ନେତୃତ୍ୱ ଓ ଚୟନ ସଠିକ୍ ଢଙ୍ଗରେ ହୋଇନଥିବା ଅଭିଯୋଗ ଆଣିଥିଲେ ।
ଏଣେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ତାଙ୍କୁ ବହିଷ୍କାର କରାଯାଇଥିବା ନେଇ ଦଳର ଗଣମାଧ୍ୟମ ବ୍ୟାପାର ସାଧାରଣ ସଂପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଦଳର ନେତୃତ୍ୱ ଓ ସାଙ୍ଗଠନିକ ଚୟନ ସଠିକ୍ ଢଙ୍ଗରେ ହୋଇନଥିବା ନେଇ କିଛି ସମୟ ଆଗରୁ ମତ ରଖିଥିଲେ କଳ୍ପତରୁ ଓଝା । ଦଳରେ ତାଙ୍କୁ ଅଣଦେଖା କରାଯାଇ ଅନଭିଜ୍ଞ ଲୋକଙ୍କୁ ଦାୟିତ୍ବ ଦିଆଯାଉଥିବା ଅଭିଯୋଗ ବି ଆଣିଥିଲେ କଳ୍ପତରୁ। କଳ୍ପତରୁଙ୍କ ବହିଷ୍କାର  ଦଳରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe