ବାରଙ୍ଗ ଅଞ୍ଚଳରେ କଲରାପତରିଆ: ବାଘକୁ ନେଇ ଲୋକେ ଆତଙ୍କିତ

Advertisment
ବାରିପଦା ସହରରେ ପଶିଲା ବାଘ

ବାରଙ୍ଗ: ବାରଙ୍ଗ ବ୍ଲକ୍‌ ଅନ୍ତର୍ଗତ ବେଲଗଛିଆ ପଞ୍ଚାୟତରେ ଏକ କଲରାପତରିଆ ବାଘ ବୁଲୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଛନ୍ତି। ରବିବାର ସନ୍ଧ୍ୟାରେ ଗୋଠପୁର ଗ୍ରାମର ଜଣେ ଯୁବକ ନିଜ ବାଡ଼ିପଟ ଅନ୍ଧାରୁ୍ଆ ସ୍ଥାନରେ କଲରାପତରିଆ ବାଘଟିକୁ ଦେଖିବାକୁ ପାଇଥିଲେ। ସେ ନିଜ ମୋବାଇଲ୍‌ ଫୋନ୍‌ରେ ବାଘର ଫଟୋ ଉଠାଇ ଘର ଲୋକଙ୍କୁ ଦେଖାଇଥିଲେ। କଲରାପତରିଆ ବାଘ ବୁଲୁଥିବା କଥା ପ୍ରଚାର ହେବା ପରେ ଆତଙ୍କ ଖେଳିଯାଇଛି। ଗୋଠପୁର, ଜୟପୁର ଓ ବେଲଗଛି ଗାଁ ଲୋକେବାଘ ଭୟରେ ରାତିରେ ପଦାକୁ ନବାହାରି ତାଟି କବାଟ ପକାଇ ଘର ଭିତରେ ରହିଛନ୍ତି। କଟକ ସିଟି ଫରେଷ୍ଟ ଡିଭିଜନ୍‌ ବିଭାଗ କର୍ମଚାରୀ ଆସି ଘଟଣାର ଅନୁସନ୍ଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସୂଚନାଯୋଗ୍ୟ, ୨୦୧୧ ଜାନୁଆରି ୧୪ ତାରିଖରେ ଗଣ୍ଡରପୁର କୁଆଖାଇ ନଦୀପଠାରେ ହଳେ କଲରାପତରିଆ ବାଘ ଦେଖିବାକୁ ମିଳିଥିଲେ। ଗୋଟିଏ ଖସି ପଳାଇଥିବା ବେଳେ ଅନ୍ୟଟିକୁ ଲୋକମାନେ ପିଟି ମାରି ଦେଇଥିଲେ। ସେତେବେଳେ କଲରାପତରିଆ ବାଘ ଆକ୍ରମଣରେ ଜଣେ ଆହତ ମଧ୍ୟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe