କଲରାପତରିଆ ଛାଲ ଜବତ ଘଟଣା: ଧରାପଡ଼ିଲେ ଆଉ ୩

Advertisment

୫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

୫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

କଲରାପତରିଆ ଛାଲ ଜବତ ଘଟଣା: ଧରାପଡ଼ିଲେ ଆଉ ୩

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ଅଧୀନରେ ଥିବା ଖଡ଼ିଆଳ ବନାଞ୍ଚଳର ଏକ ଟିମ୍‌ ଚଢ଼ାଉ କରି କଲରାପତରିଆ ଛାଲ ଜବତ କରିଛନ୍ତି। ଏଥିରେ ସମ୍ପୃକ୍ତ ୫ ଜଣଙ୍କୁ ରବିବାର ଦିନ କୋର୍ଟଚାଲାଣ କରିଛନ୍ତି। ବନ ବିଭାଗ ପକ୍ଷରୁ ପ୍ରକାଶ, ଉଦନ୍ତୀ ସୀତାନଦୀ ଟାଇଗର ପ୍ରୋଜେକ୍ଟର କର୍ମଚାରୀଙ୍କଠାରୁ ସୂଚନା ପାଇ ଖଡ଼ିଆଳ ବନାଞ୍ଚଳର ଏକ ଟିମ୍ ସାନମହେଶ୍ୱର୍ ସେକ୍ସନ ହରିପୁର ଗ୍ରାମରେ କଲରାପତରିଆ ଛାଲ ବିକ୍ରି ପାଇଁ ଡିଲ୍‌ ହେଉଥିବା ବେଳେ ଚଢ଼ଉ କରିଥିଲେ।

ସେଠାରୁ କଲରାପତରିଆ ଛାଲକୁ ଜବତ କରିବା ସହ ହରିପୁର ଗ୍ରାମର ଚିନୁ ପରାଭୋଇ (୬୦) ଓ ଚାନ୍ଦୋପଲା ଗାଁର ଯଦୁ ପହରିଆ (୩୧)ଙ୍କୁ ଗିରଫ କରିଥିଲେ। ସେମାନଙ୍କୁ ପଚରାଉଚରା ପରେ ଏଥିରେ ସମ୍ପୃକ୍ତ ଖଡ଼ିଆଳ ବ୍ଲକ୍‌ ଜୁନାନୀ ଗାଁର ରମେଶ ମାଝୀ (୪୦), ଭୋଜପୁର୍ ଗାଁର ତୁଳସୀରାମ ପରାଭୋଇ (୩୫) ଓ ବଲାଙ୍ଗୀର ଜିଲ୍ଲା ଯାମଖୁଟା ପଞ୍ଚାୟତ ମାଲପଡ଼ାର ପବିତ୍ର ମାଝୀ (୩୯)ଙ୍କୁ ଗିରଫ କରାଯାଇଛି। ସମସ୍ତ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ସେମାନଙ୍କ ଜାମିନ ନାମଞ୍ଜୁର ହୋଇଛି। ଅନ୍ୟ ୨ ଜଣ ଫେରାର୍‌ ଅଛନ୍ତି। ସେମାନଙ୍କୁ ଶୀଘ୍ର ବିଭାଗ ଗିରଫ କରିବ ବୋଲି ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ ପ୍ରକାଶ କରିଛନ୍ତି। ଖଡ଼ିଆଳ ବନାଞ୍ଚଳ ଅଧିକାରୀ ସଂସ୍କୃତା ବଡ଼ନାୟକ, ଫରେଷ୍ଟର ଧର୍ମେନ୍ଦ୍ର ନାଏକ, କନ୍ଦର୍ପ ସୁନାନୀ, ଫରେଷ୍ଟ ଗାର୍ଡ ନରେଶ ଦଣ୍ଡସେନା, ପ୍ରସନ୍ନ ହଂସ, ଲିଙ୍ଗରାଜ ଗହୀର ଓ ସରୋଜ ମାଝୀ ଏହି ଚଢ଼ଉରେ ସାମିଲଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe