ଲଖନପୁରରେ କଲରାପତରିଆ ଆତଙ୍କ

Advertisment
ଲଖନପୁରରେ କଲରାପତରିଆ ଆତଙ୍କ

ଝାରସୁଗୁଡ଼ା: ଲଖନପୁର‌ ବ୍ଲକ୍‌ର ପିକୋଲ ଜଙ୍ଗଲରେ ମାସକ ତଳେ ଠାବ ‌ହୋଇଥିବା କଲରାପତରିଆ ବାଘ ଜନବସତିମୁହାଁ ହେବା ପରେ ବନବିଭାଗ ପକ୍ଷରୁ ସ୍ଥାନୀୟ ଜନସାଧାରଣଙ୍କୁ ସତର୍କ କରାଯାଇଛି। ବାଘମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ଜାମବେର୍ଣ୍ଣା ଗ୍ରାମରେ ମଧ୍ୟ କଲରାପତରିଆର ପାଦଚିହ୍ନ କିଛି ଲୋକ ଦେଖିବା ପରେ ବନବିଭାଗର ଟିମ୍‌ ପହଞ୍ଚି ତାହା ନିରୀକ୍ଷଣ ଓ ସଂଗ୍ରହ କରିଛି। ଏ ନେଇ ବେଲପାହାଡ଼ ରେଞ୍ଜର ଶର୍ମିଲି ନାଏକଙ୍କୁ ପଚାରିବାରେ, କଲରାପତରିଆଟି ଟ୍ରାପ୍‌ କ୍ୟାମେରାରେ କଏଦ୍‌ ହୋଇଛି। କିନ୍ତୁ ଛେଳି ନେବା ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରମାଣ ମିଳିପାରିନାହିଁ। ତଥାପି ଲୋକେ ସତର୍କ ରହିବା ପାଇଁ ସଚେତନ କରାଯାଉଛି ବୋଲି ସେ କହିଛନ୍ତି। କଲରାପତରିଆଟି ଆଖପାଖ ଅଞ୍ଚଳରେ ବୁଲୁଥିବା ତଥା ଜନବସତିକୁ ଯାଇ ପ୍ରତି ୨-୩ ଦିନରେ ଗୋଟିଏ କିମ୍ବା ଦୁଇଟି ଛେଳି ନେଇ ଯାଉଥିବା ଗ୍ରାମବାସୀ ବନ ବିଭାଗ ନିକଟରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe