ଆଇନଜୀବୀଙ୍କୁ ଆକ୍ରମଣ ପ୍ରତିବାଦରେ ଆଜି ୧୨ ଘଣ୍ଟିଆ କାମାକ୍ଷାନଗର ବନ୍ଦ

Advertisment
ଆଇନଜୀବୀଙ୍କୁ ଆକ୍ରମଣ ପ୍ରତିବାଦରେ ଆଜି ୧୨ ଘଣ୍ଟିଆ କାମାକ୍ଷାନଗର ବନ୍ଦ

କାମାକ୍ଷାନଗର: ଆଇନଜୀବୀଙ୍କୁ ଆକ୍ରମଣ ପ୍ରତିବାଦରେ ଆଜି କାମାକ୍ଷାନଗରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସଂଧ୍ୟା ୬ଘଟିକା ଯାଏଁ ବନ୍ଦ ଡାକରା ଦେଇଛି କାମାକ୍ଷାନଗର ଓକିଲ ସଂଘ। ସକାଳୁ ସକାଳୁ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଦୋକାନ ବଜାର ବନ୍ଦ ରହିବା ସହିତ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି । ଏହି ବନ୍ଦକୁ ସଫଳ କରିବା ପାଇଁ ଗତକାଲି ଓକିଲ ସଂଘ ତରଫରୁ ବଣିକ ସଂଘ, ସମସ୍ତ ବଜାର କମିଟି,ବସ ଆସୋସିଏସନ ସମେତ ଅନ୍ୟ ସଂଗଠନକୁ ମଧ୍ୟ ଅନୁରୋଧ କରାଯାଇଥିଲା।

publive-image

ସୂଚନା ଅନୁସାରେ ଗତ ମାସ ୨୮ ତାରିଖ ଦିନ ଆଇନଜୀବୀ ଶଶଧର ମହାନ୍ତି ,ଭୂବନ ଓକିଲ ସଂଘର ସମ୍ପାଦକ ପ୍ରହ୍ଲାଦ ସାହୁ ଓ ଭୁବନ କୋର୍ଟର ୨ଜଣ କର୍ମଚାରୀ କାମାକ୍ଷାନଗରର ଏକ ହୋଟେଲକୁ ରାତି ଭୋଜନ କରିବାକୁ ଯାଇଥିବା ବେଳେ ସେଠାରେ କିଛି ଅସାମାଜିକ ଯୁବକ ତାଙ୍କୁ ମାଡ଼ ମାରିବା ଯୋଗୁ ସମସ୍ତେ ଆହତ ହୋଇଥିବା ବେଳେ ଆଇନଜୀବୀ ଶଶଧର ମହାନ୍ତି ଗୁରୁତର ଭାବେ ଆହତ ହୋଇଥିଲେ। ଏବେ ତାଙ୍କର ଚିକିତ୍ସା ଜାରି ରହିଛି ।ତାଙ୍କର ଅବସ୍ଥା ଏବେବି ସଙ୍କଟାପନ୍ନ ରହିଛି।
ତେବେ ଏହାରି ଭିତରେ ୧୫ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ କେବଳ ଜଣଙ୍କୁ ଗିରଫ କରି ହାତି ବାନ୍ଧି ବସି ପଡ଼ିଛି। ଓକିଲ ସଂଘ ତରଫରୁ ପୁଲିସକୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇିଁ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ଏହାର ପ୍ରତିବାଦରେ ଆଜି ୧୨ ଘଣ୍ଟିଆ କାମାକ୍ଷାନଗରକୁ ସଂମ୍ପୁର୍ଣ ବନ୍ଦ ରଖିବାକୁ ଆହ୍ବାନ ଦେଇ ଓକିଲ ସଂଘ । ବନ୍ଦର ପ୍ରଭାବରେ ମଧ୍ୟ ଯାଜପୁର -ଭୁବନ -କାମାକ୍ଷାନଗର -ତାଳଚେର - ଅନୁଗୁଳକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୫୩ ଅବରୋଧ ହୋଇଛି। ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଢେଙ୍କାନାଳ ଜିଲା ସଦର ମହକୁମାକୁ ମଧ୍ୟ ଯାତାୟତ ବନ୍ଦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe