କାମାକ୍ଷାନଗର: ଅବକାରୀ ବିଭାଗ ପକ୍ଷରୁ ଗାଁରେ ଚଢ଼ଉ, କର୍ମଚାରୀମାନଙ୍କୁ ଅଟକ ରଖିଲେ ଗ୍ରାମବାସୀ

କାମାକ୍ଷାନଗର: ଅବକାରୀ ବିଭାଗ ପକ୍ଷରୁ ଗାଁରେ ଚଢ଼ଉ, କର୍ମଚାରୀମାନଙ୍କୁ ଅଟକ ରଖିଲେ ଗ୍ରାମବାସୀ

କାମାକ୍ଷାନଗର: ଆଜି ସକାଳେ ଢେ଼ଙ୍କାନାଳ ଜିଲା ଅବକାରୀ ଓ କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡାହାଡ଼ ଥାନା ଅନ୍ତର୍ଗତ ମରୁଆବିଲି ପଂଚାୟତ ଖରଖରୀ ଗାଁରେ ଚଢ଼ଉ କରାଯାଇଥିଲା। ଅବକାରୀ ବିଭାଗ ତରଫରୁ ଗାଁ ଆଉ ଆଖପାଖ ଅଞ୍ଚଳରୁ ଦେଶୀ ମଦ ରନ୍ଧା ସାମଗ୍ରୀ ଓ ପୋଚ ଜବତ କରାଯାଇଥିଲା। ଜବତ କରିବା ପରେ ଅବକାରୀ ବିଭାଗ କର୍ମଚାରୀମାନେ ଆସିଥିବା ୩ଟି ଗାଡ଼ିରେ ଯିବାକୁ ବାହାରିବା ବେଳକୁ ଗାଁ ଲୋକମାନେ ଗାଡ଼ି ସହ ସେମାନଙ୍କୁ ଅଟକ ରଖିଥିଲେ।

publive-image

ଗାଁ ଲୋକମାନେ ଅଭିଯୋଗ କରିଛନ୍ତି ଯେ ଅବକାରୀ ବିଭାଗ ଆସି ଜୋର ଜବରଦସ୍ତ ଭାବରେ ଗାଁ ଭିତରେ ପଶି ସେମାନଙ୍କର ଘର ଭାଙ୍ଗି ଦେଇଛନ୍ତି। ଏପଟେ ଅବକାରୀ ବିଭାଗର କର୍ମଚାରୀଙ୍କୁ ଗାଁ ମୁଣ୍ଡରେ ଅଟକ ରଖିଥିବା ବେଳେ ସେପଟେ ଗାଁର ଗୋଟିଏ ଘରେ ନିଆଁ ଲାଗି ଯାଇଥିଲା। ପରେ କଙ୍କଡାହାଡ଼ ଥାନା ପୁଲିସ ପହଂଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି। ତେବେ ଅବକାରୀ ବିଭାଗ ଏହାକୁ ଖଣ୍ଡନ କରିଛି କହିଛନ୍ତି ଯେ ଅଭିଯୋଗ ଅନୁସାରେ ଚଢ଼ାଉ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe