କମଲ ହାସନ୍‌ଙ୍କୁ ସେଞ୍ଚୁରିଆନ ୟୁନିଭର୍ସିଟିରେ ସମ୍ମାନ ସୂଚକ ଡକ୍ଟରେଟ ଡିଗ୍ରି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

Advertisment
କମଲ ହାସନ୍‌ଙ୍କୁ ସେଞ୍ଚୁରିଆନ ୟୁନିଭର୍ସିଟିରେ ସମ୍ମାନ ସୂଚକ ଡକ୍ଟରେଟ ଡିଗ୍ରି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଖ୍ୟାତ ଚଳଚ୍ଚିତ୍ର ତାରକା କମଲ ହାସନ୍‌ଙ୍କୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଞ୍ଚୁରିଆନ ୟୁନିଭର୍ସିଟିରେ ସମ୍ମାନ ସୂଚକ ଡକ୍ଟରେଟ ଡିଗ୍ରି ପ୍ରଦାନ କରିଛନ୍ତି।

ଗତ ସୋମବାର ନବୀନ ନିବାସରେ ନବୀନ ପଟ୍ଟନାୟକ ଓ କମଲ ହାସନ ଉଭୟଙ୍କ ମଧ୍ୟରେ ସନ୍ଧ୍ୟାରେ ବେଶ୍‌ କିଛି ସମୟ ଆଲୋଚନା ହୋଇଥିଲା। ପରେ କମଲ ହାସନ ଗଣମାଧ୍ୟମକୁ କହିଥିଲେ, ଶ୍ରୀ ପଟ୍ଟନାୟକଙ୍କ ସହିତ ତାଙ୍କର ରାଜନୈତିକ ପ୍ରସଙ୍ଗରେ ଆଲୋଚନା ହୋଇଛି। ନବୀନ ପଟ୍ଟନାୟକଙ୍କୁ ପାଖରୁ ଦେଖିବାକୁ ସୁଯୋଗ ମିଳିଲା । ତାଙ୍କର ସଫଳ ରାଜନୈତିକ କ୍ୟାରିୟର ଅନ୍ୟମାନଙ୍କ ପାଇଁ ପ୍ରେରଣା । ତାମିଲନାଡୁକୁ ଅଧିକ ସଫଳ ଓ ସମୃଦ୍ଧ କରିବା ଆମର ଲକ୍ଷ୍ୟ ବୋଲି ଆଞ୍ଚଳିକ ଦଳ ମକ୍କଲ ନିଧି ମୟମର ମୁଖ୍ୟ ତଥା ସାଉଥ ସୁପରଷ୍ଟାର କମଲ ହାସନ କହିଥିଲେ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ କହିଥିଲେ, ‘କମଲ ହାସନ ଭୁବନେଶ୍ୱର ଆସିଥିବାରୁ ସେ ଖୁସି ଅଛନ୍ତି। କମଲ ହାସନଙ୍କ ସଫଳ ରାଜନୈତିକ ଭବିଷ୍ୟତକୁ ମୁଖ୍ୟମନ୍ତ୍ରୀ କାମନ କରିଛନ୍ତି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe