ଭୁବନେଶ୍ୱରରେ ନବୀନଙ୍କୁ ଭେଟିଲେ ସାଉଥ ସୁପରଷ୍ଟାର କମଲ୍ ହାସନ

Advertisment
ଭୁବନେଶ୍ୱରରେ ନବୀନଙ୍କୁ ଭେଟିଲେ ସାଉଥ ସୁପରଷ୍ଟାର କମଲ୍ ହାସନ

ଭୁବନେଶ୍ୱର: ଆଞ୍ଚଳିକ ଦଳ ମକ୍କଲ ନିଧି ମୟମର ମୁଖ୍ୟ ତଥା ସାଉଥ ସୁପରଷ୍ଟାର କମଲ ହାସନ ସୋମବାର ନବୀନ ନିବାସରେ ପହଞ୍ଚିଥିଲେ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କମଲ ହାସନଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ‘କମଲ ହାସନ ଭୁବନେଶ୍ୱର ଆସିଥିବାରୁ ମୁଁ ଖୁସି। କମଲ ହାସନଙ୍କ ସଫଳ ରାଜନୈତିକ ଭବିଷ୍ୟତ କାମନା କରୁଛି।’ ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ କମଲ ହାସନ କହିଛନ୍ତି, ନବୀନ ପଟ୍ଟନାୟକଙ୍କୁ ପାଖରୁ ଦେଖିବାକୁ ସୁଯୋଗ ମିଳିଲା। ତାଙ୍କର ସଫଳ ରାଜନୈତିକ କ୍ୟାରିୟର ଅନ୍ୟମାନଙ୍କ ପାଇଁ ପ୍ରେରଣା। ତାମିଲନାଡୁକୁ ଅଧିକ ସଫଳ ଓ ସମୃଦ୍ଧ କରିବା ଆମର ଲକ୍ଷ୍ୟ ବୋଲି ଆଞ୍ଚଳିକ ଦଳ ମକ୍କଲ ନିଧି ମୟମର ମୁଖ୍ୟ ତଥା ସାଉଥ ସୁପରଷ୍ଟାର କମଲ ହାସନ ଆଜି ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe