ଏସ୍‌ସିବିରେ ଭର୍ତ୍ତି ହେଲେ କମଳା ପୂଜାରୀ

Advertisment
ଏସ୍‌ସିବିରେ ଭର୍ତ୍ତି ହେଲେ କମଳା ପୂଜାରୀ

କଟକ: ପୁଣି ଥରେ ଅସୁସ୍ଥ ହୋଇ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ। ଗତକାଲି ବିଳମ୍ବିତ ରାତିରେ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଆଣି ତାଙ୍କୁ ଏସ୍‌ସିବି ମେଡ଼ିସିନ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏସ୍‌ସିବି ଭେଷଜ ବିଭାଗର ବରିଷ୍ଠ ବିଶେଷଜ୍ଞ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ଗଠିତ ୪ ଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି। ତାଙ୍କର ୟୁରିଆ କ୍ରେଟାଇନ୍‌ ବଢିଯାଇଛି। ଦାନ୍ତରେ ସଂକ୍ରମଣ ହୋଇଛି। ଏସ୍‌ସିବି ମେଡିସିନ୍‌ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ବିଜୟ କୁମାର ବେହେରା, ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା, ନେଫ୍ରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଅରୁଣା ଆଚାର୍ଯ୍ୟ, ପଲ୍‌ମୋନାରି ମେଡ଼ିସିନ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ମନୋରଞ୍ଜନ ଦାସ ପ୍ରମୁଖଙ୍କୁ ନେଇ ଚିକିତ୍ସା ପାଇଁ କମିଟି ଗଠନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe