ଲାଞ୍ଚ ନେବା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ କମର୍ଦ୍ଦା ଥାନା ଏଏସଆଇ ନିଲମ୍ବିତ

Advertisment
ଲାଞ୍ଚ ନେବା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ କମର୍ଦ୍ଦା ଥାନା ଏଏସଆଇ ନିଲମ୍ବିତ

ଭୋଗରାଇ: ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ନେବା ତଥା ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଏଏସଆଇ ନିଲମ୍ବିତ ହୋଇଥିବା ଜଣାଯାଇଛି। ଏଏସଆଇ ଭକ୍ତହରି ପଟ୍ଟନାୟକଙ୍କୁ ନିଲମ୍ବନ କରାଯାଇଥିବା ନେଇ ଆଜି ବାଲେଶ୍ଵର ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, କିଛି ଦିନ ତଳେ ଦୁଇ ଅଭିଯୋଗକାରୀଙ୍କ ଘଟଣାର ତଦନ୍ତ କରିବା ପାଇଁ ଏଏସଆଇ ଭକ୍ତହରି ପଟ୍ଟନାୟକ ଦୁଇ ହଜାର ଟଙ୍କା ଲେଖାଏଁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ଏହାର ଅଡିଓ ବି ଭାଇରାଲ ହୋଇଥିଲା। ଏହାପରେ ଅନ୍ୟ ଜଣେ ଅଭିଯୋଗକାରୀ ଥାନା ସମ୍ମୁଖରେ ଏଏସଆଇଙ୍କ ସହ କଥା ହୋଇ ଅଭିଯୋଗର ସମାଧାନ କରୁ ନ ଥିବାରୁ ନେଇଥିବା ଟଙ୍କା ଫେରାଇବା ପାଇଁ କହିଥିଲେ। ଏହାକୁ ନେଇ ଭକ୍ତହରି ପଟ୍ଟନାୟକ ଉକ୍ତ ଅଭିଯୋଗକାରୀଙ୍କୁ ଧମକଚମକ ମଧ୍ୟ ଦେଇଥିଲେ। କିଛି ଗଣମାଧ୍ୟମ ପ୍ରତିନିଧି ଏହାର ଭିଡିଓ ଉତ୍ତୋଳନ କରୁଥିବା ବେଳେ ଏଏସଆଇ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ବୋଲି ଅଭିଯୋଗ ହୋଇଥିଲା।
ଏହି ଘଟଣାର ତଦନ୍ତ କରିଥିଲେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମନୋରଞ୍ଜନ ସାମଲ। ତାଙ୍କ ତଦନ୍ତ ରିପୋର୍ଟ ଆଧାରରେ ଏଏସଆଇ ଭକ୍ତହରି ପଟ୍ଟନାୟକଙ୍କୁ ନିଲମ୍ବିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe