ଜହ୍ନାପଙ୍କ: ବୌଦ୍ଧ ଜିଲ୍ଲା ମୁଣ୍ଡାପଡ଼ା ପଞ୍ଚାୟତ କମିରା ଗ୍ରାମର ଚିତ୍ରଶିଳ୍ପୀ ବିଜୟ ସାହୁ ମାଟିରେ ଏକଇଞ୍ଚର ଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରି ବେଶ୍ ଚର୍ଚ୍ଚାରେ ଅଛନ୍ତି। ଏହା ଦେଖିବା ପାଇଁ ଆଖ ପାଖ ଅଞ୍ଚଳର ଲୋକଙ୍କ ସୁଅ ଛୁଟୁଛି। ଶିଳ୍ପୀ ଶ୍ରୀ ସାହୁଙ୍କ ପାଇଁ ଗ୍ରାମବାସୀ ମଧ୍ୟ ଗର୍ବ କରୁଛନ୍ତି।
ଶ୍ରୀ ସାହୁ ପେସାରେ ଜଣେ ମାଟି ତଥା ଚିତ୍ରଶିଳ୍ପୀ। ଗଣେଶ ପୂଜା, ସରସ୍ଵତୀ ପୂଜା, ଦଶହରା ଆଦି ପର୍ବପର୍ବାଣିରେ ଭିନ୍ନ ଢଙ୍ଗରେ ମୂର୍ତ୍ତି ତିଆରି କରି ଅଞ୍ଚଳରେ ବେଶ୍ ପ୍ରଶଂସା ପାଇଛନ୍ତି। ଏଭଳି ଜଣେ ଜଣେ କଳାକାର ଅବହେଳିତ ହୋଇଛନ୍ତି। ତାଙ୍କୁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେଲେ ଆହୁରି ଅନେକ ସୁନ୍ଦର ମୂର୍ତ୍ତି ତିଆରି କରିପାରନ୍ତେ ଏବଂ ଜିଲ୍ଲା ତଥା ଜିଲ୍ଲା ବାହାରେ ତାଙ୍କ ପ୍ରତିଭା ପ୍ରଦର୍ଶନ କରିପାରନ୍ତେ ବୋଲି ସେ ପ୍ରକାଶ କରିଛନ୍ତି।
Follow Us