ପଦ୍ମଶ୍ରୀ କମଳା ପୁଜାରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରତର, କୋରାପୁଟ୍‌ ମେଡିକାଲ କଲେଜରେ ଭର୍ତ୍ତି

Advertisment
ପଦ୍ମଶ୍ରୀ କମଳା ପୁଜାରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରତର, କୋରାପୁଟ୍‌ ମେଡିକାଲ କଲେଜରେ ଭର୍ତ୍ତି

ଜୟପୁର: ପଦ୍ମଶ୍ରୀ କମଳା ପୁଜାରୀ ପୁଣି ଅସୁସ୍ଥ। ଗତ କିଛି ଦିନ ହେବ ସେ ଅସୁସ୍ଥ ଅବସ୍ଥାରେ ଘରେ ପଡ଼ି ରହିଥିଲେ। ସ୍ଥାନୀୟ ଏକ ଆଶା କର୍ମୀଙ୍କୁ ଟଙ୍କା ଦେଇ ତାଙ୍କ ଜରିଆରେ ଔଷଧ କିଣି ଆଣି ଖାଇଥିଲେ ହେଁ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସି ପାରିନଥିଲା। ଗତକାଲି ତାଙ୍କୁ ପ୍ରଶାସନ ପକ୍ଷରୁ ଆମ୍ବୁଲାନସରେ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଆଣି ଭର୍ତ୍ତି କରିଥିଲେ।  ସେ ସ୍ବତନ୍ତ୍ର କ୍ୟାବିନରେ ରହି ଚିକିତ୍ସାଧୀନ ଥିଲେ ତେବେ ତାଙ୍କ କିଡ଼ନୀରେ ସମସ୍ୟା ସହ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁନଥିବାରୁ, ଉଚ୍ଚ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ତାଙ୍କୁ କୋରାପୁଟ ଏସଏଲଏନ୍ ମେଡିକ‌ାଲ କଲେଜକୁ ଆଜି ସ୍ଥାନାନ୍ତର କରାଯାଇଛି ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଡ.ରବିନ୍ଦ୍ରନାଥ ମିଶ୍ର। ଆଜି ଅପରାହ୍ନ ୪ଟା ବେଳେ ତାଙ୍କୁ ଏକ ସ୍ବତନ୍ତ୍ର ଆମ୍ବୁଲାନସରେ ଜୟପୁରରୁ କୋରାପୁଟ ନିଆଯାଇଛି। କୋରାପୁଟ ମେଡିକାଲ କଲେଜରେ ତାଙ୍କ ଚିକିତ୍ସା ଆରମ୍ଭ ହୋଇଥିବା ସୂଚନା ମିଳିଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe