ତିନି ରଥର କନା ମଣ୍ଡଣି ଆରମ୍ଭ

Advertisment
ତିନି ରଥର କନା ମଣ୍ଡଣି ଆରମ୍ଭ

ପୁରୀ: ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପରେ ରଥ ଚାଳିକୁ ଭାଙ୍ଗି ଦିଆଯାଇଛି। ଏବେ କେବଳ ତିନି ରଥରେ ନିର୍ମାଣ ସରିଥିବା ବିଭିନ୍ନ ଅଂଶକୁ ସଂଯୋଗ କରାଯାଉଛି। ଅନ୍ୟପଟେ ଆଜି ରାତିରୁ ତିନି ରଥରେ କପଡ଼ା ଲାଗିବା କାମ ଆରମ୍ଭ ହୋଇଛି। ଦର୍ଜୀ ସେବକମାନେ ତିନି ରଥର କନା କାମ ଶେଷ କରିବା ପରେ କୋଠ ସୁଆଁସିଆଁମାନେ ଆଜିଠାରୁ ରଥ ମଣ୍ଡଣି କାମ ଆରମ୍ଭ କରିଛନ୍ତି। ଆଜି ପ୍ରଥମ ପର୍ଯ୍ୟାୟରେ ତିନି ରଥର ଦୁଆର ବେଢ଼ାରେ କନା ଲାଗିବା ଆରମ୍ଭ ହୋଇଛି। ଆସନ୍ତାକାଲି ବାକି ଅଂଶରେ ରଥ କନା ଲାଗିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe