ଭୁବନେଶ୍ବର: ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରି କହିଛନ୍ତି, ଗୌରବମୟ ଦୀପାବଳି ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଏବଂ କାଳୀ ପୂଜା ଆଶୀର୍ବାଦ! ମା କାଳୀଙ୍କ ଶକ୍ତିଶାଳୀ ନଜର ଏବଂ ଦିୱାଲୀଙ୍କ ପବିତ୍ର ଆଲୋକ ତଳେ ଓଡ଼ିଶା ଏବଂ ପ୍ରତ୍ୟେକ ଘର ସୁଖ ଶାନ୍ତିରେ ପରିପୂର୍ଣ୍ଣ ହେଉ । ଆସନ୍ତୁ ଆମେ ଏକତାର ଆତ୍ମାକୁ ବଜାୟ ରଖିବା, ଆନନ୍ଦ ଏବଂ ସମ୍ମାନ ସହିତ ଆମର ପରମ୍ପରାକୁ ସମ୍ମାନ ଦେବା।
ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ଭିଡିଓ ବାର୍ତ୍ତା ସେୟାର କରି ରାଜ୍ୟବାସୀଙ୍କର ସୁଖ, ଶାନ୍ତି ଏବଂ ସମୃଦ୍ଧି କାମନା କରିବା ସହ କହିଛନ୍ତି, ସମସ୍ତଙ୍କୁ ଦୀପାବଳି ଶୁଭେଚ୍ଛା! ଭଗବାନ ଜଗନ୍ନାଥ ମହାପ୍ରଭୂ ଆପଣଙ୍କ ପରିବାରକୁ ସୁଖ, ସୌହାର୍ଦ୍ଦ୍ୟ ଏବଂ ସମୃଦ୍ଧତାର ଆଶୀର୍ବାଦ ପ୍ରଦାନ କରନ୍ତୁ।
ଅଧିକ ପଢ଼ନ୍ତୁ:
ରାଜ୍ୟବାସୀଙ୍କୁ ଦୀପାବଳିର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଦୀପାବଳି ପାଳନ ପାଇଁ ଗାଁକୁ ଯିବେ ମୁଖ୍ୟମନ୍ତ୍ରୀ
ଦୀପାବଳି ଅବସରରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ସୋସିଆଲ ମିଡିଆରେ ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇବା ସହ ଏକ ଭିଡିଓ ବାର୍ତ୍ତା ଦେଇ କହିଛନ୍ତି, ଦୀପାବଳିର ଏହି ଉତ୍ସବ, ଆଲୋକ ଏବଂ ଆନନ୍ଦର ପର୍ବରେ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ହାର୍ଦ୍ଦିକ ଶୁଭେଚ୍ଛା। ଦୀପାବଳି ଆପଣଙ୍କ ଜୀବନ ଏବଂ ପରିବାର ପାଇଁ ସ୍ୱାସ୍ଥ୍ୟ, ସୁଖ ଏବଂ ଅଭିବୃଦ୍ଧି ଆଣୁ। ଆପଣମାନଙ୍କର ଜୀବନ ଆନନ୍ଦ ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। ଜୟ ଜଗନ୍ନାଥ!
Follow Us