ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ଚମକିବ ‘କନାକୁଣ୍ଡ’: ଆନନ୍ଦ ମହିନ୍ଦ୍ରାଙ୍କ ରି ଟ୍ବିଟ୍‌ ପରେ ସ୍ଥିତି ନିରୀକ୍ଷଣ କଲା ପର୍ଯ୍ୟଟନ ଟିମ୍‌

ବାଲିଶଙ୍କରା ବ୍ଲକ୍‌ ଘୋଘର ନିକଟ ‘କନାକୁଣ୍ଡ’ ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ଚମକିବ। ଆରାୟାଂଶ ନାମକ ଜଣେ ଯୁବକ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିବା ଏହି ସ୍ଥାନର କିଛି ଫଟୋରେ ଚମତ୍କୃତ ହୋଇ ମହିନ୍ଦ୍ରା ଗ୍ରୁପ୍‌ କମ୍ପାନିର ମାଲିକ ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ତାକୁ ରି ଟ୍ବିଟ୍‌ କରିଥିଲେ।

sfsfxrvdc

ସୁନ୍ଦରଗଡ଼: ବାଲିଶଙ୍କରା ବ୍ଲକ୍‌ ଘୋଘର ନିକଟ ‘କନାକୁଣ୍ଡ’ ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ଚମକିବ। ଆରାୟାଂଶ ନାମକ ଜଣେ ଯୁବକ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିବା ଏହି ସ୍ଥାନର କିଛି ଫଟୋରେ ଚମତ୍କୃତ ହୋଇ ମହିନ୍ଦ୍ରା ଗ୍ରୁପ୍‌ କମ୍ପାନିର ମାଲିକ ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ତାକୁ ରି ଟ୍ବିଟ୍‌ କରିଥିଲେ। ଏହି ସ୍ଥାନକୁ ଜାତୀୟ ପର୍ଯ୍ୟଟନସ୍ଥଳ ଓ ବିଶ୍ବସ୍ତରୀୟ ହଟ୍‌ସ୍ପଟ୍‌ କରିବା ଲାଗି ଆମକୁ କ’ଣ କରିବାକୁ ହେବ ବୋଲି ଆନନ୍ଦ ପ୍ରଶ୍ନ କରିଥିଲେ। ଏହା ପରେ ଓଡ଼ିଶା ସରକାର ଏ ନେଇ ତତ୍ପରତା ପ୍ରକାଶ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଶନିବାର ପର୍ଯ୍ୟଟନ ବିଭାଗର ଏକ ଟିମ୍‌ ସୁନ୍ଦରଗଡ଼ ଆସି ‘କନାକୁଣ୍ଡ’ ପରିଦର୍ଶନ କରିବା ସହ ସ୍ଥିତି ନିରୀକ୍ଷଣ କରିଛନ୍ତି। ଏହି ସ୍ଥାନର ବିକାଶ ପାଇଁ ଏକ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ଦେବେ ବୋଲି ସୂଚନା ମିଳିଛି।

ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ କନାକୁଣ୍ଡ କିପରି ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିବ ସେ ଦିଗରେ ରାଜ୍ୟ ସରକାର ଯୋଜନା କରିବାକୁ ଯାଉଛନ୍ତି ବୋଲି କହିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ସଦରମହକୁମାଠାରୁ ୫୦ କିଲୋମିଟର ଦୂର ବାଲିଶଙ୍କରା ବ୍ଲକ୍‌ ଘୋଘର ଗ୍ରାମ ନିକଟ ଇବ୍‌ନଦୀ ମଧ୍ୟ ଭାଗରେ ସାତବଖରା ନାମରେ ପରିଚିତ ପଥରର ପ୍ରାକୃତିକ କଳାକୃତିର ଅପରୂପକୁ ଧରି ରଖିଥିବା ଏହିସ୍ଥାନ ବହୁବର୍ଷ ଧରି ଲୁକ୍କାୟିତ ଅବସ୍ଥାରେ ଥିଲା। ତେବେ କିଛି ପ୍ରକୃତିପ୍ରେମୀ ଏହାର ଫଟୋ ଉଠାଇ ସାମାଜିକ ଗଣମାଧ୍ୟମ‌ରେ ଭାଇରାଲ୍‌ କରିବା ପରେ ଏବେ ଏଠାକୁ ଲୋକଙ୍କ ସୁଅ ଛୁଟିବା‌ରେ ଲାଗିଛି। ଯେଉଁ ପର୍ଯ୍ୟଟକ ଏଠାକୁ ଥରଟିଏ ବୁଲିବାକୁ ଆସିଛନ୍ତି, ତା’ର ସୌନ୍ଦର୍ଯ୍ୟରେ ହଜିଛନ୍ତି। ଏବେ ଏହା ଜାତୀୟ ପର୍ଯ୍ୟଟନ ମାନଚିତ୍ର‌ରେ ସ୍ଥାନ ପାଇବାକୁ ଯାଉଥିବା ଖବର ସୁନ୍ଦରଗଡ଼ ଜିଲ୍ଲାବାସୀ ଓ ପର୍ଯ୍ୟଟନକ୍ଷେତ୍ର ପ୍ରତି ରୁଚି ରଖୁଥିବା ଲୋକଙ୍କ ମନରେ 
ଉତ୍ସାହ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe