କାଠଗଡ଼ାରେ କଣ୍ଟାବାଞ୍ଜି ପୁଲିସ: ଜବତରୁ ଅଧିକ ବାହାରିଲାଣି ୨୦ ଲକ୍ଷ

Advertisment

ଘର ମାଲିକ ସହ ଅନ୍ୟମ‌ାନଙ୍କୁ ପଚରାଉଚରା, ମୁଖ୍ୟାଳୟକୁ ଆସିଲେ ହୃଷୀକେଶ

ଘର ମାଲିକ ସହ ଅନ୍ୟମ‌ାନଙ୍କୁ ପଚରାଉଚରା, ମୁଖ୍ୟାଳୟକୁ ଆସିଲେ ହୃଷୀକେଶ

କାଠଗଡ଼ାରେ କଣ୍ଟାବାଞ୍ଜି ପୁଲିସ: ଜବତରୁ ଅଧିକ ବାହାରିଲାଣି ୨୦ ଲକ୍ଷ

Sambad English

ବଲାଙ୍ଗୀର : ଲଜ୍‌ ଭିତରୁ ଟଙ୍କା ଜବତ ଘଟଣାରେ ଏବେ ବଲାଙ୍ଗୀରର କଣ୍ଟାବାଞ୍ଜି ପୁଲିସ କାଠଗଡ଼ାକୁ ଚାଲିଆସିଛି। ଜବତ ଟଙ୍କା ଯେତେ ଦେଖାଇଥିଲେ, ତା’ଠାରୁ ଅଧିକ ୨୦ଲକ୍ଷ ଟଙ୍କା ବାହାରି ସାରିଲାଣି। ଏହି ଘଟଣାରେ ବିବାଦରେ ଛନ୍ଦି ହୋଇଥିବା କଣ୍ଟାବାଞ୍ଜି ଏସ୍‌ଡିପିଓ ହୃଷୀକେଶ ମେହେରଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ତେବେ, ପୁଲିସ୍‌ ଆହୁରି ଛାନ୍‌ଭିନ୍‌ ଚଳାଇଥିବା ଜଣାପଡ଼ିଛି।

ଗତ ୧୫ ତାରିଖ କଣ୍ଟାବାଞ୍ଜି ଅନ୍ନପୂର୍ଣ୍ଣା ଲଜ୍‌ରେ ରାତିଅଧିଆ ଚଢ଼ଉ କରିଥିଲା କଣ୍ଟାବାଞ୍ଜି ପୁଲିସ। ପ୍ରଥମେ ଆଇଆଇସି ଲଜ୍‌କୁ ଯାଇ ଚଢ଼ଉ କରିଥିଲେ। ଆଉ ଚଢ଼ଉରେ ମୋଟା ଅଙ୍କର ଟଙ୍କା ମିଳିବା ପରେ ଏସ୍‌ଡିପିଓ ହୃଷୀକେଶ ତୁରନ୍ତ ପହଞ୍ଚିଥିଲେ। ରୁମ ନଂ ୫ ଓ ୭ରୁ ସାତଜଣ ତେଲେଙ୍ଗାନାର ଇଟାଭାଟି ମାଲିକ(ସେଠ)ଙ୍କୁ ଉଠାଇ ନେଇଥିଲେ। ସେମାନେ ସାଙ୍ଗରେ ଆଣିଥିବା ଟଙ୍କା ବ୍ୟାଗ୍‌ ସବୁକୁ ଜବତ କରିଥିଲା ପୁଲିସ। ପାଖାପାଖି ୧କୋଟି ୭ଲକ୍ଷ ଟଙ୍କା ସେଠ୍‌ମାନେ ଆଣିଥିବା ବେଳେ ଅପରାହ୍ନରେ ଏସ୍‌ଡିପିଓ ସାମ୍ବାଦିକ ସମ୍ମିଳନୀ କରି ୫୮ଲକ୍ଷ ୫୨ହଜାର ୨୫୦ ଟଙ୍କା ଜବତ ହୋଇଥିବା ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏପରିକି ସମସ୍ତେ ଦାଦନ ଶ୍ରମିକ ନେବାକୁ ଆସିଥିବା ବେଳେ ସେମାନେ ଜୁଆ ଖେଳୁଥିଲେ ଏବଂ ଚଢ଼ଉ କରି ଟଙ୍କା ଜବତ କରାଯାଇଥିବା କହିଥିଲେ।

publive-image

ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ହେବାପରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଏସ୍‌ପି ତଦନ୍ତ କରିଥିଲେ। ସ୍ଥାନୀୟ ତହସିଲ୍‌ଦାରଙ୍କ ଉପସ୍ଥିତିରେ ଥାନା ଭିତରେ ଟଙ୍କାର ପୁନଃ ଗଣତି ହୋଇଥିଲା। ଗଣତି ସମୟରେ ଲୁଚାଯାଇଥିବା ଏକ ଟଙ୍କା ବ୍ୟାଗ୍‌ ମିଳିଥିଲା, ଯେଉଁଥିରେ ୧୩ ଲକ୍ଷ ଟଙ୍କା ଥିଲା। ଜବତ ୫୮ଲକ୍ଷ ୫୨ ହଜାର ବାହାରେ ଆଉ ୧୩ ଲକ୍ଷ ବାହାରିବା ପରେ ଏସ୍‌ପି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏସ୍‌ଡିପିଓ ଶୀମେହେରଙ୍କୁ
ବଲାଙ୍ଗୀର ମୁଖ୍ୟାଳୟକୁ ବଦଳି କରି ଆଣିଛନ୍ତି। ଶ୍ରୀ ମେହେର ଆଜି କାର୍ଯ୍ୟରେ ଯୋଗଦେଇଥିବା ଜଣାପଡ଼ିଛି।

ଅପରପଟେ, ଏସ୍‌ଡିପିଓଙ୍କୁ ପଚରାଉଚରା ପରେ ଆଉ ୭ ଲକ୍ଷ ଟଙ୍କା ସେ ଜଣଙ୍କ ପାଖରେ ରଖିଥିବା ସ୍ୱୀକାର କରିଥିଲେ। ମୋଟ ୨୦ ଲକ୍ଷ ଟଙ୍କା ଏସ୍‌ଡିପିଓ ହୃଷୀକେଶଙ୍କ ପାଖରୁ ବାହାରିଥିବା ଜଣାପଡ଼ିଛି। ଏହିଭଳି ଏକ ଗୁରୁତ୍ବପୂର୍ଣ୍ଣ ଘଟଣାର ତଦନ୍ତ ରିପୋର୍ଟ ଏସ୍‌ପି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପଠାଇବେ ବୋଲି ଜଣାପଡ଼ିଛି। ରିପୋର୍ଟ ଆଧାରରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ତାହା ଏବେ ଦେଖିବାକୁ ବାକି ରହିଲା।

ଏସ୍‌ଡିପିଓ ଶ୍ରୀମେହେର ଗଣମାଧ୍ୟମକୁ ସଫେଇ ଦେଇ କହିଛନ୍ତି, ‘ମୁଁ ମାମଲା ରୁଜୁ କରିନି। ଆଇଓ ଯାହା ଟଙ୍କା ଜବତ ହୋଇଛି କହିଥିଲେ ସେତକ ମୁଁ ସୂଚନା ଦେଇଥିଲି। ମୋତେ ରାଗ ରଖି ଦୋଷୀ ଦର୍ଶାଯାଉଛି। ’ ତେବେ, ପୁଲିସ୍‌କୁ ପୁଲିସ ଧରିବା ଘଟଣାକୁ ନେଇ ଚର୍ଚ୍ଚା ଲାଗିରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe