ହଟସ୍ପଟ ମୁହାଁ କନ୍ଧମାଳ! ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୫୦ ଅତିକ୍ରମ କଲା

Advertisment

ନୂଆ ୩୯ରୁ କରୋନା ଯୋଦ୍ଧା ୪, ଫୁଲବାଣୀ ସହରରୁ ୧୨

ନୂଆ ୩୯ରୁ କରୋନା ଯୋଦ୍ଧା ୪, ଫୁଲବାଣୀ ସହରରୁ ୧୨

ହଟସ୍ପଟ ମୁହାଁ କନ୍ଧମାଳ! ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୫୦ ଅତିକ୍ରମ କଲା

ଫୁଲବାଣୀ : କନ୍ଧମାଳରେ ବେକାବୁ କରିଲାଣି କରୋନା। ପୂର୍ବରୁ ସ୍ଥିତି ନିୟନ୍ତ୍ରଣରେ ଥିବା କନ୍ଧମାଳ ଏବେ ହଟସ୍ପଟ ଆଡକୁ ଗତି କରିବାକୁ ଯାଉଛି। ୬ ଦିନ ହେଲା ଲଗାତାର ଆକ୍ରାନ୍ତ ସଂଖ୍ୟା ବଢି ଚାଲିଛି। ଆଜି ପୁଣି ନୂଆ ୩୯ ଜଣଙ୍କ ପଜିଟିଭ୍ ବାହାରିଥିବା ବେଳେ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୫୦ ଅତିକ୍ରମ କରିଛି। ଆଜିକୁ ମିଶାଇ ସମୁଦାୟ ଆକ୍ରାନ୍ତ ସଂଖ୍ୟା ୩୫୩ରେ ପହଞ୍ଚିଛି। ସେଥି ମଧ୍ୟରୁ ୨୧୩ ଜଣ ସୁସ୍ଥ ହୋଇଛନ୍ତି। ୧୩୯ ଜଣ ଚିକିତ୍ସାଧୀନ ଥିବା ବେଳେ ଜଣେ ୮୬ ବର୍ଷର ବୃଦ୍ଧଙ୍କର ପୂର୍ବରୁ ମୃତ୍ୟୁ ହୋଇଯାଇଛି। ନୂଆ ୩୯ ପଜିଟିଭ୍ ମଧ୍ୟରୁ ୨୬ ଜଣ ପୁରୁଷ ଓ ୧୩ ଜଣ ମହିଳା ରହିଛନ୍ତି। ଫୁଲବାଣୀରେ ୧୩, ତୁମୁଡିବନ୍ଧରେ ୭, ଜି.ଉଦୟଗିରିରେ ୪, ଚକାପାଦରେ ୯, ବାଲିଗୁଡା ଓ ଦାରିଙ୍ଗବାଡିରେ ଜଣେ ଲେଖାଏଁ,କୋଟଗଡରେ ୨ ଏବଂ କେ.ନୂଆଗାଁ ବ୍ଲକରେ ଜଣେ ଆକ୍ରାନ୍ତ ଅଛନ୍ତି।

publive-image Innovation Origins

ଆଜି ନୂଆ ଚିହ୍ନଟରେ ୪ ଜଣ କରୋନା ଯୋଦ୍ଧା ଅଛନ୍ତି। ଜି.ଉଦୟଗିରିରୁ ୪ ମଧ୍ୟରୁ ୨ ଜଣ ଓ ତୁମୁଡିବନ୍ଧରୁ ୭ ମଧ୍ୟରୁ ୧ ଷ୍ଟାମ୍ପନର୍ସ ଥିବା ବେଳେ ଦାରିଙ୍ଗବାଡିର ଜଣେ ପୁଲିସ କର୍ମଚାରୀ ରହିଛନ୍ତି। ସେହିଭଳି ଜିଲ୍ଲା ସଦର ମହକୁମା ଫୁଲବାଣୀରେ ସମୁଦାୟ ୧୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଫୁଲବାଣୀ ସହରରେ କେବଳ ୧୨ ଜଣ ଅଛନ୍ତି। ସେଥି ମଧ୍ୟରୁ ୭ ଜଣ ଲିଡବ୍ୟାଙ୍କ ମ୍ୟାନେଜରଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ବାକି ୫ ଜଣ ସ୍ଥାନୀୟ ସଂକ୍ରମଣ ରହିଛି। ବାଲିଗୁଡା ଅଞ୍ଚଳର ଓକିଲ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ବୃଦ୍ଧ ଓ ଲିଡବ୍ୟାଙ୍କ ମ୍ୟାନେଜର ସୁପରସ୍ପ୍ରେଡର ସାଜିଥିବାରୁ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ଆକ୍ରାନ୍ତ ସଂଖ୍ୟା ବେକାକୁ କରି ଚାଲିଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଓ ବିଶେଷଙ୍କୁ ଟ୍ରେସଆଉଟ କରିବା ଏତେଟା ସହଜ ହେଉ ନାହିଁ। ତଥାପି ପ୍ରଶାସନ, ପୁଲିସ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ ଟ୍ରେସ ଆଉଟ କରାଚାଲିଛି। ଟ୍ରେସଆଉଟ ମଧ୍ୟରୁ ଆଣ୍ଟିଜେନ ଟେଷ୍ଟରୁ ଅଧିକାଂଶଙ୍କ ପଜିଟିଭ୍ ବାହାରୁଛି। ଗତକାଲି ଓ ଆଜି ଜିଲ୍ଲା ସଦର ମହକୁମା ଫୁଲବାଣୀର ଅଧିକାଂଶ ଜଣଙ୍କ ଆଣ୍ଟିଜେନ ଟେଷ୍ଟ ପଜିଟିଭ ବାହାରିଥିବା ବେଳେ ଏହି ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି। ହେଲେ ଏହାକୁ ନେଇ କେହି ଭୟଭୀତ ନ ହେବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ସୁପରସ୍ପ୍ରେଡରଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟ୍ରେସଆଉଟ କରାଯାଉଛି। ଯଦି କେହି ସେମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ତାହା ହେଲେ ନିଜ ତରଫରୁ ଜଣାଇବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।

publive-image Odisha Bytes

ଲଗାତାର ୬ ଦିନ ହେଲା କନ୍ଧମାଳରେ ଆକ୍ରାନ୍ତ ସଂଖ୍ୟା ବଢି ଚାଲିଥିବା ବେଳେ ଯଦି ଏହି ଧାରା ଜାରି ରହେ ତାହା ହେଲେ ହଟସ୍ପଟ ଜିଲ୍ଲା ତାଲିକାରେ ଯୋଡି ହେବାକୁ ଆଉ ବେଶୀ ଦିନ ଲାଗିବ ନାହିଁ। ତେଣୁ ହଟସ୍ପଟ ମୁହାଁକୁ ରୋକିବା ନିମନ୍ତେ ଜିଲ୍ଲାବାସୀ ଆହୁରି ଅଧିକ ସଚେତନ ଓ ସତର୍କ ହେବା ସହ ପ୍ରଶାସନର ସବୁ ନିୟମ ମାନିବା ଜରୁରୀ ହୋଇ ପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe