କନ୍ଧମାଳରେ କାୟା ମେଲାଉଛି କରୋନା : ଗୋଟିଏ ସପ୍ତାହରେ ୧୪୬ ଆକ୍ରାନ୍ତ ଚିହ୍ନଟ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୩୬୫

ନୂଆ ୧୨ ପଜିଟିଭରୁ ଫୁଲବାଣୀ ସହରରୁ ୬, ଜଣେ ପୁଲିସ ଓ ୨ ଜେଲ କର୍ମଚାରୀ ସଂକ୍ରମିତ

ସ୍ୱାସ୍ଥ୍ୟ ପରେ ଶକ୍ତି ବିଭାଗରେ ପଶିଲା କରୋନା

Watertown Daily Times

ଫୁଲବାଣୀ : କନ୍ଧମାଳରେ କାୟା ମେଲାଇ ଚାଲିଛି କରୋନା। ହଟସ୍ପଟ ଜିଲ୍ଲା ଲିଙ୍କ ଓ ସ୍ଥାନୀୟ ସଂକ୍ରମଣ ଯୋଗୁ ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢିରେ ଲାଗିଛି। ପୂର୍ବରୁ ନିୟନ୍ତ୍ରଣରେ ଥିବା କନ୍ଧମାଳ ଏବେ ସପ୍ତାହ ହେଲା ଆକ୍ରାନ୍ତ ସଂଖ୍ୟା ବଢି ହଟସ୍ପଟ ଜିଲ୍ଲା ସହ ସାମିଲ ହେବାକୁ ଯାଉଛି। ସପ୍ତାହ ପୂର୍ବେ ୩ ମାସ ମଧ୍ୟରେ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୨୧୯ ଥିଲା। ହେଲେ ଗତ ୧୯ରୁ ଆଜି ପର୍ଯ୍ୟନ୍ତ ଗୋଟିଏ ସପ୍ତାହ ମଧ୍ୟରେ କେବଳ ୧୪୬ ଜଣ ଆକ୍ରାନ୍ତ ସଂଖ୍ୟା ବଢିଛି। ଆଜି ନୂଆ ୧୨କୁ ମିଶାଇ ସମୁଦାୟ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬୫ରେ ପହଞ୍ଚିଛି। ନୂଆ ୧୨ ପଜିଟିଭରୁ ୭ ଜଣ ପୁରୁଷ ଓ ୫ ଜଣ ମହିଳା ଅଛନ୍ତି। ୧୨ରୁ କେବଳ ୬ ଜଣ ଜିଲ୍ଲା ସଦର ମହକୁମା ଫୁଲବାଣୀର ସହରର ରହିଛନ୍ତି। ସେଥି ମଧ୍ୟରୁ ଟାଉନ ଥାନାର ଜଣେ ପୁଲିସ ଅଧିକାରୀ ଅଛନ୍ତି। ବାକି ଜି.ଉଦୟଗିରିର ୩ରୁ ୨ ଜଣ ଜେଲ କର୍ମଚାରୀ ବି ଆକ୍ରାନ୍ତ ତାଲିକାରେ ଅଛନ୍ତି। ବାଲିଗୁଡାରେ ୩ ଜଣ ସଂକ୍ରମିତ ଅଛନ୍ତି। ଜିଲ୍ଲାରେ ସମୁଦାୟ ଆକ୍ରାନ୍ତ ୩୬୫ ମଧ୍ୟରୁ ୨୧୩ ଜଣ ସୁସ୍ଥ ହୋଇଛନ୍ତି। ୧୫୧ ଜଣ ଚିକିତ୍ସାଧୀନ ଥିବା ବେଳେ ଜଣେ ୮୬ ବର୍ଷର ବୃଦ୍ଧଙ୍କର ପୂର୍ବରୁ ମୃତ୍ୟୁ ହୋଇଯାଇଛି।

publive-image

ହଟସ୍ପଟ ଜିଲ୍ଲା ଲିଙ୍କ ଓ ସୁପରସ୍ପ୍ରେଡର ଯୋଗୁ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ଆକ୍ରାନ୍ତ ସଂଖ୍ୟା ବଢିବା ଯୋଗୁ ଏହାକୁ ନେଇ ସହରବାସୀ ବେଶ ଚିନ୍ତିତ ହୋଇ ପଡିଛନ୍ତି। ଜିଲ୍ଲା ପ୍ରଶାସନ ପାଇଁ ବି ମୁଣ୍ଡବ୍ୟଥାର କାରଣ ହୋଇଛି। ପୂର୍ବ ଅପେକ୍ଷା ଏବେ ସପ୍ତାହ ହେଲା ଆଣ୍ଟିଜେନ ଟେଷ୍ଟ କରାଯିବା ସହ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ଭୁବନେଶ୍ବର ପଠାଯାଉଛି। ଏହି କାର୍ଯ୍ୟ ଆହୁରି ଅଧିକ ତ୍ବାରନ୍ବିତ ହେଲେ ଆକ୍ରାନ୍ତ ସଂଖ୍ୟା ଆହୁରି ବଢିବା ଆଶା କରାଯାଉଛି। ଆକ୍ରାନ୍ତ ସଂଖ୍ୟା ବଢୁ ଥିବାରୁ ଅଧିକରୁ ଅଧିକ ଟେଷ୍ଟ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ଜିଲ୍ଲାରେ କା୍ୟା ମେଲାଇବାକୁ ଯାଉଥିବା କରୋନାକୁ ଚେକ୍ ଦେବା ପାଇଁ ଜିଲ୍ଲାବାସୀଙ୍କୁ ଅଧିକ ସତର୍କ ହେବା ସହ ପ୍ରଶାସନର ସବୁ ନିୟମ ମାନିବା ନିତ୍ୟାନ୍ତ ଜରୁରୀ ହୋଇ ପଡିଛି। ଅପରପକ୍ଷେ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ବଢୁଥିଲେ ବି ଏଥିରେ ଚିନ୍ତା କରିବା କିମ୍ବା ଭୟଭୀତ ନ ହେବାକୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି। କରୋନାକୁ ପ୍ରତିହତ କରିବା ନିମନ୍ତେ ଜିଲ୍ଲାରେ ୪ ଦିନିଆ ସଟ ଡାଉନ କରାଯାଇଛି। ଫୁଲବାଣୀ ଓ ବାଲିଗୁଡାକୁ ସହରକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ କରାଯାଇଛି। ଏହି ସମୟରେ ଲୋକମାନେ ଯେଭଳି ଅତ୍ୟାବଶ୍ୟକ ଜିନିଷ ପାଇବାରେ ସମସ୍ୟା ନ ଭୋଗିବେ ସେଥି ନିମନ୍ତେ ପ୍ରଶାସନ ପକ୍ଷରୁ ହୋମ ଡେଲିଭରି ବ୍ୟବସ୍ଥା କରାଯାଇଛି। କରୋନା ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ ପାଇଁ ସ୍ବାସ୍ଥ୍ୟ କର୍ମଚାରୀ ଘରଘର ବୁଲି ସର୍ଭେ ସହ ଥର୍ମାଲ ସ୍କ୍ରିନିଂ ଚଳାଇଛନ୍ତି। ଚିହ୍ନଟମାନଙ୍କୁ ହୋମ କ୍ବାରେଣ୍ଟାଇନରେ ରହିବାକୁ କୁହାଯାଉଛି। ଆବଶ୍ୟକ ସ୍ଥଳେ ଅଧିକ ଲକ୍ଷଣ ଥିବା ଲୋକଙ୍କୁ କୋଭିଡ କେୟାର ସେଣ୍ଟର ଓ ଜିଲ୍ଲା କୋଭିଡ ହସପିଟାଲକୁ ଅଣାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe