ତୁମୁଡିବନ୍ଧ : ଜନ୍ମାଷ୍ଟମୀ ପୂର୍ବରୁ ଜଲେଶପଟ୍ଟା ଆଶ୍ରମ ଖାଁ ଖାଁ

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଦ୍ୱାଦଶ ଶ୍ରାଦ୍ଧ ଦିବସ ଆଜି

ତୁମୁଡିବନ୍ଧ : ଜନ୍ମାଷ୍ଟମୀ ପୂର୍ବରୁ ଜଲେଶପଟ୍ଟା ଆଶ୍ରମ ଖାଁ ଖାଁ

Firstpost

ତୁମୁଡିବନ୍ଧ : ପ୍ରତିବର୍ଷ ଜନ୍ମାଷ୍ଟମୀରେ ଚଳଚଞ୍ଚଳ ହୋଇ ଉଠୁଥିଲା ଜଲେଶପଟ୍ଟା ଆଶ୍ରମ। କିନ୍ତୁ ଏ ବର୍ଷ ସେଭଳି ଉତ୍ସାହ କି ଆୟୋଜନ ହେଉନାହିଁ। ଆଜି ଖାଁ ଖାଁ ଲାଗୁଛି ଆଶ୍ରମ। କରୋନା କଟକଣା ଯୋଗୁଁ ଜନ୍ମାଷ୍ଟମୀରେ ଶ୍ରଦ୍ଧାଳୁଙ୍କ ସମାଗମକୁ ବାରଣ କରାଯାଇଛି। ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଳସୀ ବସାଯିବ, କିନ୍ତୁ ନଦୀକୁ ନଯାଇ ଆଶ୍ରମ ପରିସରରେ ଥିବା କୂଅରୁ ପାଣି ଆଣି କଳସୀ ବସାଇବୁ ବୋଲି କହିଛନ୍ତି କର୍ମକର୍ତ୍ତା। ଗୀତାପାଠ ଓ ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ ବୋଲି ସୂଚନା ମିଳିଛି। ତେଣୁ ଆଶ୍ରମ ପରିସରରେ ଥିବା ଅତି କମ୍‌ ସଂଖ୍ୟକ କର୍ମକର୍ତ୍ତାଙ୍କୁ ନେଇ ଏହି ଶ୍ରାଦ୍ଧ ଦିବସ ପାଳନ କରାଯିବ। ଆଜି ସବୁ ଘର ସଫା କରାଯିବା ସହ ଫୁଲମାଳ, ଆମ୍ବଡାଳ ତୋରଣ ଓ ରଙ୍ଗିନ କାଗଜ ଦ୍ବାରା ସାଜସଜ୍ଜା କରାଯାଇଛି। ଆସନ୍ତାକାଲି କାର୍ଯ୍ୟକ୍ରମ ସମ୍ପୂର୍ଣ ନିରାଡ଼ମ୍ବର ଭାବେ ପାଳନ କରାଯିବ ବୋଲି ସୂଚନା ଦିଆଯାଇଛି।

୨୦୦୮ ଅଗଷ୍ଟ ମାସ ୨୩ ଜନ୍ମାଷ୍ଟମୀ ଦିନ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍‌ ଜଲେଶପଟ୍ଟା ଆଶ୍ରମ ପରିସରରେ ହତ୍ୟା କରା ଯାଇଥିଲା। ସେହି ଦିନଠାରୁ ପ୍ରତିବର୍ଷ ଏହି ଆଶ୍ରମ ପରିସରରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରାଦ୍ଧ ଦିବସ ପାଳନ କରା ଯାଉଥିଲା। ଚଳିତ ବର୍ଷ ମଧ୍ୟ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରାଦ୍ଧ ଦିବସ ପାଳନ କରାଯିବ। କିନ୍ତୁ  କୋଭିଡ-୧୯ ନିୟମାବଳିକୁ ଦୃଷ୍ଟିରେ ରଖି ଆଶ୍ରମ କର୍ମଚାରୀମାନେ ଆଶ୍ରମ ପରିସରରେ ଅତି ସତର୍କତାର ସହ ସ୍ୱାମୀଜୀଙ୍କ ଶ୍ରାଦ୍ଧ ଦିବସ ପାଳନ କରିବେ ବୋଲି ସୂଚନା ଦେଇଛନ୍ତି ଆଶ୍ରମ ପରିଚାଳନା କମିଟିର ସମ୍ପାଦିକା ସନ୍ଧ୍ୟାରଣୀ ପାଣିଗ୍ରାହୀ। ଏ ବର୍ଷ ଆମେ ଆଶ୍ରମ ପରିସରରେ କାହାକୁ ମଧ୍ୟ ପ୍ରବେଶ କରିବାକୁ ଦେବୁ ନାହିଁ କିମ୍ବା ଆଶ୍ରମ କର୍ମକର୍ତ୍ତା ମଧ୍ୟ ବାହାରକୁ ଯିବେ ନାହିଁ ବୋଲି ସ୍ପଷ୍ଟ ସୂଚନା ଦେଇଛନ୍ତି। କଟକଣା ଯୋଗୁଁ ଆଶ୍ରମରେ ରହୁଥିବା ଅନ୍ତେବାସୀଙ୍କୁ ପୂର୍ବରୁ ଘରକୁ ଛଡ଼ାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe