କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍‌ ବିଲାବାଡ଼ି ପଞ୍ଚାୟତ: ପାଞ୍ଚ ଗ୍ରାମକୁ ବିଜୁଳି ଆଲୁଅ ସ୍ବପ୍ନ

Advertisment

ସଞ୍ଜ ନଇଁଲେ ଡିବିରି ଆଲୁଅ ଭରସା। ପିଲାଙ୍କ ପାଠପଢ଼ା ହେଉ କି ସନ୍ଧ୍ୟାରେ ଘରକାମ, କିରାସିନି ବ୍ୟବହାର ହେଉଥିବା ଡିବିରି ଖୋଜା ପଡ଼ୁଛି। କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍‌ ବିଲାବାଡ଼ି ପଞ୍ଚାୟତର ୫ ଗାଁଲୋକ ଆଜି ପର୍ଯ୍ୟନ୍ତ ବିଜୁଳି ଆଲୁଅ ଦେଖି ନାହାନ୍ତି।

ସଞ୍ଜ ନଇଁଲେ ଡିବିରି ଆଲୁଅ ଭରସା। ପିଲାଙ୍କ ପାଠପଢ଼ା ହେଉ କି ସନ୍ଧ୍ୟାରେ ଘରକାମ, କିରାସିନି ବ୍ୟବହାର ହେଉଥିବା ଡିବିରି ଖୋଜା ପଡ଼ୁଛି। କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍‌ ବିଲାବାଡ଼ି ପଞ୍ଚାୟତର ୫ ଗାଁଲୋକ ଆଜି ପର୍ଯ୍ୟନ୍ତ ବିଜୁଳି ଆଲୁଅ ଦେଖି ନାହାନ୍ତି।

dfdfvcv

ଖଜୁରୀପଡ଼ା: ସଞ୍ଜ ନଇଁଲେ ଡିବିରି ଆଲୁଅ ଭରସା। ପିଲାଙ୍କ ପାଠପଢ଼ା ହେଉ କି ସନ୍ଧ୍ୟାରେ ଘରକାମ, କିରାସିନି ବ୍ୟବହାର ହେଉଥିବା ଡିବିରି ଖୋଜା ପଡ଼ୁଛି। କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍‌ ବିଲାବାଡ଼ି ପଞ୍ଚାୟତର ୫ ଗାଁଲୋକ ଆଜି ପର୍ଯ୍ୟନ୍ତ ବିଜୁଳି ଆଲୁଅ ଦେଖି ନାହାନ୍ତି। ଡୁଡୁଡ଼ା, କିଲୁଗାଁ, ଖଲିସାହି, ବିଶିସାହି, ରୁଗୁଡ଼ି ସାହି ଓ  ଡଙ୍ଗିଧର ଗାଁରେ ଶତାଧିକ ପରିବାର ବସବାସ କରୁଛନ୍ତି। ଗ୍ରାମବାସୀ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ। ଦିନବେଳେ ଏକ ପ୍ରକାରେ ଚଳିଯାଉଥିବା ବେଳେ ରାତିହେଲେ ଅନ୍ଧାର କିଟିକିଟି। ଏ ନେଇ ସରପଞ୍ଚ, ବିଡିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ସୁଦ୍ଧା ସୁଫଳ ମିଳି ନ ଥିବା କହିଛନ୍ତି ଗ୍ରାମବାସୀ। ଏହି ପଞ୍ଚାୟତକୁ ବିକାଶର ଆଲୋକ ଦେଖାଇବା ପାଇଁ ତତ୍କାଳୀନ ସାଂସଦ ପ୍ରତ୍ୟୁଷା ରଜେଶ୍ୱରୀ ସିଂ ଏହାକୁ ପୋଷ୍ୟ ପଞ୍ଚାୟତ ଭାବେ ଗ୍ରହଣ କରିଥିଲେ। ତଥାପି ବିକାଶର ଆଲୋକ ଦେଖିବାରେ ଗ୍ରାମବାସୀ ସଫଳ ହୋଇନାହାନ୍ତି। 

ଡୁଗୁଡ଼ା ଗାଁରେ ପାଖାପାଖି ୨୨ଟି ପରିବାର ରହୁଥିବା ବେଳେ ଗାଁକୁ ଘେରି ରହିଛି ଘଞ୍ଚଜଙ୍ଗଲ। ସ୍କୁଲ ଦୂର କଥା ଅଙ୍ଗନବାଡ଼ି ନଥିବାରୁ ଛୋଟଛୋଟ ପିଲା ଗାଁଠାରୁ ୫ କିଲୋମିଟର ରାସ୍ତା ଚାଲିଚାଲି ଯାଆନ୍ତି। ଗୋଟିଏ ନଳକୂପ ଅଛି, ତାହା ଅକାମୀ। ସେହିପରି ବ୍ଲକ୍‌ର ସୁଡ଼ରେଜୁ ପଞ୍ଚାୟତର ଗୋଦାବରୀ, ସ୍ରାମ୍ବିପଡ଼ା, ଲଣ୍ଡୁଗୁଡ଼ାରେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଜୁଳି ପହଞ୍ଚି ନଥିବା ଜଣାପଡ଼ିଛି। ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଗ୍ରାମବାସୀ କନ୍ଧମାଳ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦରଖାସ୍ତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe