ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ସମୀକ୍ଷା ପ୍ରଧାନ କଳାରେ କନ୍ଧମାଳ ଜିଲ୍ଲା ଟପ୍ପର

Advertisment

ଯୁକ୍ତ-୨ କଳାରେ କନ୍ଧମାଳ ଜିଲ୍ଲାରେ ଫୁଲବାଣୀ ସଞ୍ଜୟ ସ୍ମୃତି ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ସମୀକ୍ଷା ପ୍ରଧାନ ସର୍ବାଧିକ ୯୧ ପ୍ରତିଶତ ନମ୍ବର ରଖି ସମଗ୍ର କନ୍ଧମାଳ ଜିଲ୍ଲାର ଟପ୍ପର ହୋଇଛନ୍ତି....

ଯୁକ୍ତ-୨ କଳାରେ କନ୍ଧମାଳ ଜିଲ୍ଲାରେ ଫୁଲବାଣୀ ସଞ୍ଜୟ ସ୍ମୃତି ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ସମୀକ୍ଷା ପ୍ରଧାନ ସର୍ବାଧିକ ୯୧ ପ୍ରତିଶତ ନମ୍ବର ରଖି ସମଗ୍ର କନ୍ଧମାଳ ଜିଲ୍ଲାର ଟପ୍ପର ହୋଇଛନ୍ତି....

Kandhamal district topper in Higher Secondary School Student Review Main Art

Kandhamal district topper in Higher Secondary School Student Review Main Art Photograph: (sambad.in)

ଫୁଲବାଣୀ:  ଯୁକ୍ତ-୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି। ତେବେ ଯୁକ୍ତ-୨ କଳାରେ କନ୍ଧମାଳ ଜିଲ୍ଲାରେ ଫୁଲବାଣୀ ସଞ୍ଜୟ ସ୍ମୃତି ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ସମୀକ୍ଷା ପ୍ରଧାନ ସର୍ବାଧିକ ୯୧ ପ୍ରତିଶତ ନମ୍ବର ରଖି ସମଗ୍ର କନ୍ଧମାଳ ଜିଲ୍ଲାର ଟପ୍ପର  ହୋଇଛନ୍ତି। ସମୀକ୍ଷା ମୋଟ ୬୦୦ ନମ୍ବରରୁ ୫୪୫ ନମ୍ବର ରଖି ଏହି କୃତିତ୍ବ ଲାଭ କରିଛନ୍ତି।

ସମୀକ୍ଷାଙ୍କର ଏହି ସଫଳତାରେ ସଞ୍ଜୟ ସ୍ମୃତି ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ତନୁଜା ସିଂହ ଗଭୀର ଖୁସି ବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ସଞ୍ଜୟ ସ୍ମୃତି ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପୂର୍ବରୁ କୌଣସି ଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ପାରି ନଥିଲେ।

ସମୀକ୍ଷା ଏହି ବିରଳ ରେକର୍ଡ କରିଥିବାରୁ ଅଧ୍ୟକ୍ଷା ତନୁଜା ସିଂହ ଶୁଭେଚ୍ଛା ଜଣାଇଛନ୍ତି। ସମୀକ୍ଷାଙ୍କର ଏହି ସଫଳତାରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀବୃନ୍ଦ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପଟେ ଭବିଷ୍ୟତରେ ସେ ସିଭିଲ୍‌ ସର୍ଭିସ ପାଇଁ ପ୍ରସ୍ତୁତ ହେବେ ବୋଲି ସମୀକ୍ଷା ଲକ୍ଷ୍ୟ ରଖିଛନ୍ତି। ଝିଅର ଏହି ସଫଳତାରେ ବାପା ଡ. ରଞ୍ଜନ ପ୍ରଧାନ ଏବଂ ମା’ ପ୍ରଜ୍ଞା ପରିମିତା ବାରିକ୍‌ ଖୁସି ପ୍ରକାଶ କରିଛନ୍ତି।

ସମୀକ୍ଷା ତାଙ୍କର ଏହି ସଫଳତାର ଶ୍ରେୟ ନିଜ ବାପା, ମାଆ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷା, ଅଧ୍ୟାପକ, ଅଧ୍ୟାପିକାମାନଙ୍କୁ ଦେଇଛନ୍ତି। ସମୀକ୍ଷା ଯୁକ୍ତ-୨ କଳା ପରୀକ୍ଷାରେ କନ୍ଧମାଳ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବାରୁ କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

Kandhamal 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe