Kandhamal Festival: Welcome to the torch-mascot at G.Udayagiri Photograph: (sambad.in)
ଘୁ.ଉଦୟଗିରି: ଚଳିତ ମାସ ୨୧ତାରିଖ ଠାରୁ ୨୫ତାରିଖ ପର୍ଯ୍ୟନ୍ତ ଫୁଲବାଣୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଥିବା କନ୍ଧମାଳ ମହୋତ୍ସବ ଏବଂ ପଲିଶ୍ରୀ ମେଳା ନିମନ୍ତେ ତୁମୁଡ଼ିବନ୍ଧ ବ୍ଲକରୁ ମଶାଲ ଶୋଭାଯାତ୍ରାରେ ମାସ୍କଟ ଯାତ୍ରାର ଶୁଭାରମ୍ଭ କରାଯାଇଥିଲା।
ପ୍ରତ୍ୟକ ବ୍ଲକରେ ଏହି ମାସ୍କଟ ଏବଂ ମଶାଲ ବୁଲୁଥିବା ବେଳେ ରବିବାର ଘୁ.ଉଦୟଗିରି ସହରରେ ଏହା ପହଞ୍ଚିଛି।
ଅଧିକ ପଢ଼ନ୍ତୁ: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପୂର୍ବାନୁମାନ: ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି
ଏହାକୁ ବ୍ଲକ ଏବଂ ଏନଏସି ପ୍ରଶାସନ ପକ୍ଷରୁ ପାରମ୍ପରିକ ଆଦିବାସୀ ବେଶଭୁଷାରେ ନାଚଗୀତ ସହିତ ସ୍ୱାଗତ କରାଯାଇଛି। ଏକ ଶୋଭାଯାତ୍ରାରେ ଏହା ସହର ପରିକ୍ରମା କରିଥିଲା।
ଅଧିକ ପଢ଼ନ୍ତୁ: ମଇଁଷିକୁ ବଞ୍ଚାଇବାକୁ ଯାଇ ୫ଜଣ ପିଲାଙ୍କ ଉଡ଼ିଗଲା ପ୍ରାଣବାୟୁ
Follow Us