ଶୀତରେ ଥରୁଛି କନ୍ଧମାଳ: ଫୁଲବାଣୀ, ଦାରିଙ୍ଗବାଡ଼ିରେ ପ୍ରବଳ ଜାଡ଼

ଶୀତରେ ଥରୁଛି କନ୍ଧମାଳ ଜିଲ୍ଲା। ନଭେମ୍ବର ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଶୀତର ପ୍ରକୋପ ସେତେଟା ପରିଲକ୍ଷିତ ହୋଇ ନଥିଲା। ତେବେ ମାର୍ଗଶୀର ମାସ ପହିଲାରୁ ପ୍ରବଳ ଶୀତ ଆରମ୍ଭ ହୋଇଛି।

sfsfsrerre

ଫୁଲବାଣୀ/ଘୁ.ଉଦୟଗିରି: ଶୀତରେ ଥରୁଛି କନ୍ଧମାଳ ଜିଲ୍ଲା। ନଭେମ୍ବର ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଶୀତର ପ୍ରକୋପ ସେତେଟା ପରିଲକ୍ଷିତ ହୋଇ ନଥିଲା। ତେବେ ମାର୍ଗଶୀର ମାସ ପହିଲାରୁ ପ୍ରବଳ ଶୀତ ଆରମ୍ଭ ହୋଇଛି। ଏହାସାଙ୍ଗକୁ ଘନକୁହୁଡ଼ିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ଦେଖିବାକୁ ମିଳିଛି। ଆଜି ଘୁ.ଉଦୟଗିରିରେ ପାରଦ ୭.୮ ଡିଗ୍ରିକୁ ଖସିଥିବା ବେଳେ ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରି ଓ ଦାରିଙ୍ଗିବାଡ଼ିର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରି ରେକର୍ଡ଼ କରାଯାଇଛି। ସେହିପରି ବାଲିଗୁଡ଼ା, କ.ନୂଆଗାଁ, ତୁମୁଡ଼ିବନ୍ଧ, ବେଲଘର, କୋଟଗଡ଼, ସୁବର୍ଣ୍ଣଗିରି ଓ ରାଇକିଆ ଅଞ୍ଚଳ‌ରେ ମଧ୍ୟ ତାପମାତ୍ରା ହ୍ରାସ ପାଉଥିବାରୁ ପ୍ରବଳ ଶୀତ ଅନୁଭୂତ ହେଉଛି।

ଫୁଲବାଣୀ, ଦାରିଙ୍ଗବାଡ଼ିରେ ପ୍ରବଳ ଜାଡ଼ 
ଘନକୁହୁଡ଼ିରେ ଜନଜୀବନ ଅସ୍ତବ୍ୟସ୍ତ

ଫୁଲବାଣୀରେ ସକାଳ ୯ଟା ପର୍ଯ୍ୟନ୍ତ ଏବଂ ବାଲିଗୁଡ଼ା, କ.ନୂଆଗାଁ, ତୁମୁଡ଼ିବନ୍ଧ ଓ ବେଲଘର ଅଞ୍ଚଳରେ ମଧ୍ୟ ଦିନ ୧୦ଟା ପର୍ଯ୍ୟନ୍ତ କୁହୁଡ଼ି ଦେଖିବାକୁ ମିଳିଥିଲା। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଅନ୍ୟପକ୍ଷରେ ଘୁ.ଉଦୟଗିରି ସହର ସମେତ ଆଭ୍ୟନ୍ତରୀଣ ଅଞ୍ଚଳ ମୁକୁଲିଙ୍ଗିଆ ଓ ସିପାଏଜୁ ଭଳି ଦୁର୍ଗମ ପାହାଡ଼ିଆ ଇଲାକାରେ ପ୍ରବଳ ଜାଡ଼ ଅନୁଭୂତ ହେଉଛି। ସକାଳ ୮ଟା ପର୍ଯ୍ୟନ୍ତ କୁହୁଡ଼ି ଲାଗି ରହୁଛି। ଥଣ୍ଡାରୁ ରକ୍ଷା ପାଇବାକୁ ଲୋକେ ନିଆଁ ଚାରିପାଖରେ ବସୁଛନ୍ତି। ତେବେ ସହରର ଗାନ୍ଧୀଛକ, ଭଞ୍ଜମାର୍କେଟ ସମ୍ମୁଖ ଓ ବନ୍ଧଛକରେ କୌଣସି ଯାତ୍ରୀ ବିଶ୍ରାମାଗାର ନଥିବାରୁ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତବର୍ଷ ଘୁ.ଉଦୟଗିରି ସହର ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ରେକର୍ଡ଼ କରିଥିବା ବେଳେ ଚଳିତବର୍ଷ ମଧ୍ୟ ଏହି ଧାରା ବଜାୟ ରହିଛି। ତାପମାତ୍ରା ଦିନକୁ ଦିନ ତଳମୁହାଁ ହେବାରେ ଲାଗିଛି। ଶୀତର ପ୍ରକୋପ ବୃଦ୍ଧି ପାଉଥିବା ବେଳେ କନ୍ଧମାଳ ଜିଲ୍ଲାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe