କନ୍ଧମାଳ ଲୋକସଭା: ନୋଟା‌ ଖାତାରେ ୧୩ହଜାର ୨୫୩ ଭୋଟ

Advertisment
କନ୍ଧମାଳ ଲୋକସଭା: ନୋଟା‌ ଖାତାରେ ୧୩ହଜାର ୨୫୩ ଭୋଟ

New Indian Express

ଫୁଲବାଣୀ : କନ୍ଧମାଳ ଲୋକସଭା ଓ ଏହା ଅଧିନରେ ଯାଉଥିବା ଫୁଲବାଣୀ, ବାଲିଗୁଡା, ଘ.ଉଦୟଗିରି, ଭଂଜନଗର, ଦଶପଲ୍ଲା, ବୌଦ୍ଧ ଓ କଣ୍ଟାମାଳ ବିଧାନସଭା କ୍ଷେତ୍ରରେ ଶାନ୍ତିଶୃଙ୍ଖଳାର ନିର୍ବାଚନ ସହ ଫଳାଫଳ ଘୋଷଣା ଶେଷ ହୋଇଛି। ଲୋକସଭା ସହ ସମସ୍ତ ବିଧାନସଭା ଆସନକୁ ବିଜେଡି ଦଖଲ କରି ନେଇଛି। ଏହାକୁ ନେଇ ବିଜେଡି ଶିବିର ଉତ୍ସାହିତ ଥିବା ବେଳେ ବିଜେପି ଓ କଂଗ୍ରେସ ନିରାଶ ହେବାକୁ ପଡିଛି। ହେଲେ ଚଳିତ ନିର୍ବାଚନରେ ଲୋକସଭା ସବୁ ପ୍ରାର୍ଥୀଙ୍କୁ ୧୩ ହଜାର ୨୫୩ ଭୋଟର ପସନ୍ଦ କରି ନାହାନ୍ତି। ଅର୍ଥାତ ନୋଟାରେ ପଡିଛି ଏସବୁ ଭୋଟ। ସମୁଦାୟ ୧୨ ଲକ୍ଷ ୮୭ହଜାର ଭୋଟରଙ୍କ ମଧ୍ୟରୁ ୯ ଲକ୍ଷ ୪୮ହଜାର ୧୯୬ ଜଣ ଭୋଟର ମତଦାନ ସାବ୍ୟସ୍ତ କରିଥିଲେ। ଭୋଟ ଗଣତି ପରେ ମିଳିଥିବା ସୂଚନା ଅନୁଯାୟୀ ୧୩ହଜାର ୨୫୩ ଭୋଟ ନୋଟା ଖାତାକୁ ଯାଇଥିବା ବେଳେ ୫୬ଟି ଭୋଟ ନାକଚ ହୋଇଛି। ଫୁଲବାଣୀ ନିର୍ବାଚନ ମଣ୍ଡଳୀ‌ରେ ସର୍ବାଧିକ ଭୋଟ ନୋଟାରେ ପଡିଥିବା ବେଳେ ବୌଦ୍ଧରେ ସର୍ବନିମ୍ନ ଭୋଟ ନୋଟାକୁ ଯାଇଛି। ଫୁଲବାଣୀରେ ୨ହଜାର ୨୮୫ ଖଣ୍ଡ ଭୋଟ ଓ ବୌଦ୍ଧରେ ୧ହଜାର ୩୭୬ ଖଣ୍ଡ ଭୋଟ ନୋଟାରେ ପଡିଛି। ସେହିଭଳି ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ୨ହଜାର ୬୨, ଘୁ.ଉଦୟଗିରିରେ ୧ହଜାର ୫୭୬, ଭଂଜନଗରରେ ୨ହଜାର ୨୩୦, କଣ୍ଟାମାଳରେ ୧ହଜାର ୮୬୩ ଓ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ୧ହଜାର ୮୫୫ ଖଣ୍ଡ ଭୋଟ ନୋଟାରେ ପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe