ଡାବୁଗାଁରେ କଙ୍ଗାରୁକୋର୍ଟ: ପ୍ରେମୀଯୁଗଳଙ୍କୁ ନିସ୍ତୁକ ମାଡ଼, ଭିଡିଓ ଭାଇରାଲ

Advertisment
ଡାବୁଗାଁରେ କଙ୍ଗାରୁକୋର୍ଟ: ପ୍ରେମୀଯୁଗଳଙ୍କୁ ନିସ୍ତୁକ ମାଡ଼, ଭିଡିଓ ଭାଇରାଲ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଘଟିଛି ହୃଦୟ ବିଦାରକ କଙ୍ଗାରୁ କୋର୍ଟ। ପ୍ରେମୀଯୁଗଳଙ୍କୁ କପଡ଼ାରେ ଆଖି ବାନ୍ଧି ନିର୍ଦ୍ଧୁମ ମାଡ଼ ମାରିଛନ୍ତି। ପ୍ରେମୀଯୁଗଳ ମାଡ଼ ନ ମାରିବାକୁ ଆକୁଳ ନିବେଦନ କରିଥିଲେ ସୁଦ୍ଧା କୌଣସି ଦୟା ନ ଦେଖାଇ ଆଖିବୁଜା ମାଡ଼ ମାରିଛନ୍ତି। ଏହି କଙ୍ଗାରୁକୋର୍ଟର ଭିଡିଓ କେହି ଜଣେ ଉତ୍ତୋଳନ କରି ଭାଇରାଲ୍ କରି ଦେଇଛନ୍ତି।

ସୂଚନା ଅନୁଯାୟୀ ଝରିଗାଁ ବ୍ଲକର ଜଣେ ବିବାହିତ ଯୁବକ ଡାବୁଗାଁ ଥାନା ଅଞ୍ଚଳର ଜଣେ ନାବାଳିକାକୁ ପ୍ରେମ କରି ଆସୁଥିଲେ। ନାବାଳିକାର ବୟସ କମ୍ ସହ ଉଚ୍ଚଜାତିର ହୋଇଥିବାରୁ ପରିବାର ଲୋକେ ଏଥିରେ କ୍ଷୁବ୍ଧ ହୋଇ ଗତ ୭ ଦିନ ତଳେ ପ୍ରେମୀଯୁଗଳଙ୍କୁ ଧରିଥିଲେ। ରାଗର ଚରମ ସୀମାରେ ଥିବା ନାବାଳିକାର ପରିବାର ଲୋକ ସହ ଗ୍ରାମବାସୀ ପ୍ରେମୀଯୁଗୋଳଙ୍କୁ ଧରି ଆଖିରେ ପଟି ବାନ୍ଧି ଚାରି ଦିଗରୁ ଉଭୟ ପ୍ରେମିକ ଓ ପ୍ରେମିକାଙ୍କୁ ସର୍ବ ସମ୍ମୁଖରେ ନିର୍ଦ୍ଧୁମ ଛେଚିଥିଲେ।

ପ୍ରେମୀଯୁଗଳ ସେମାନଙ୍କ କବଳରୁ ଖସିଯିବା ନେଇ କୌଣସି ସମ୍ଭାବନା ନ ଥିବାରୁ ଛାଡି ଦେବାକୁ ବହୁ ନେହୁରା ହୋଇଥିଲେ। କିନ୍ତୁ କଙ୍ଗାରୁକୋର୍ଟରେ ଦୁହିଙ୍କୁ ଦୟା ଓ କ୍ଷମା ବଦଳରେ ନିର୍ଦ୍ଧୁମ ମାଡ଼ ମାରିଥିଲେ। ସେହି ସମୟରେ ପ୍ରେମୀଯୁଗଳଙ୍କୁ ମାଡ଼ ମାରୁଥିବାର ଏହି ଭିଡିଓ କେହି ଉତ୍ତୋଳନ କରି ଭାଇରାଲ କରିଛି। ଏହା ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ଏ ନେଇ ଡାବୁଗାଁ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଡାବୁଗାଁ ଥାନା ଅଧିକାରୀ ସୁନୀଲ ପ୍ରଧାନ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe