୫ ବର୍ଷ ହେଲା କଙ୍ଗାରୁକୋର୍ଟର ଶିକାର: ୧୦ ଲକ୍ଷ ଦେଲେ ଗାଁରେ ମିଶିବେ

୫ ବର୍ଷ ହେଲା କଙ୍ଗାରୁକୋର୍ଟର ଶିକାର: ୧୦ ଲକ୍ଷ ଦେଲେ ଗାଁରେ ମିଶିବେ

ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଶରଧାପୁର ପଞ୍ଚାୟତ ରଗଡିମଡ଼ା ଗ୍ରାମରେ କଙ୍ଗାରୁକୋର୍ଟର ଶିକାର ହୋଇଛନ୍ତି ଏକ ପରିବାର। ଆଜିକୁ ୫ ବର୍ଷ ହେବ ଘରଛାଡ଼ି ବାହାରେ ଆଶ୍ରୟ ନେଇଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ୧୦ ଲକ୍ଷ ଦେଲେ ଯାଇ ମିଶିବେ ବୋଲି ଗ୍ରାମବାସୀ ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି।

ଘଟଣାରୁ ପ୍ରକାଶ, ରଗଡିମଡ଼ା ଗ୍ରାମର ସତ୍ୟନାରାୟଣ ପାତ୍ର କଙ୍ଗାରୁକୋର୍ଟର ଶିକାର ହୋଇ ଓଡ଼ଗାଁରେ ଆଶ୍ରୟ ନେଇଛନ୍ତି। ୫ ବର୍ଷ ତଳେ ସତ୍ୟନାରାୟଣଙ୍କ ଘର ସାମ୍ନାରେ ଜୋର୍‌ଜବରଦସ୍ତ ଏକ ଅଙ୍ଗନବାଡ଼ି ଗୃହ, ଦୁଇଟି ନଳକୂପ ଓ ଏକ କୋଠଘର ନିର୍ମାଣ କରି ପାଚେରି ଦେବାରୁ ବିବାଦ ଦେଖା ଦେଇଥିଲା। ସେ ଏହାକୁ ବିରୋଧ କରିବାରୁ କଙ୍ଗାରୁକୋର୍ଟର ନିଷ୍ପତ୍ତି ଅନୁଯାୟୀ ତାଙ୍କ ପରିବାରକୁ ଗାଁରୁ ବାସନ୍ଦ ରଖାଗଲା। ଗାଁରୁ ନିଆଁ, ପାଣି, ଦୋକାନ, ବଜାର ଆଦି ବନ୍ଦ କରି ଦିଆଗଲା।ଗାଁରେ ମିଶିବା ପାଇଁ ୧୦ ଲକ୍ଷ ଟଙ୍କା ଗାଁ ସଭାପତି ଦାବି କରୁଥିବା ସେ କହିଛନ୍ତି। ନ୍ୟାୟ ପାଇବାକୁ ସେ ବାରମ୍ବାର ଥାନାର ଦ୍ବାରସ୍ଥ ହୋଇଛନ୍ତି କିନ୍ତୁ କିଛି ସୁଫଳ ମିଳିପାରିନାହିଁ। ଏକ ଗାଁ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଇଛି।

publive-image

ଅନ୍ୟପକ୍ଷାୀ, ଗାଁ ଛାଡ଼ିବା ପରେ ସତ୍ୟନାରାୟଣଙ୍କ ମାନସିକ ଅବସ୍ଥା ଭଲ ନାହିଁ। ତାଙ୍କ ଘରଦ୍ବାର ହୁଙ୍କା ପାଲଟି ଯାଇଥିବା ବେଳେ ଚାଷଜମି ପଡ଼ିଆ ପଡ଼ିଛି। ଏବେ ସେ ନ୍ୟାୟଭିକ୍ଷା କରୁଛନ୍ତି। ଘଟଣାର ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ପରିବାର ଲୋକେ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe