ଭାଉଜ-ଦିଅର ପ୍ରେମକୁ ବିରୋଧ କରି କଙ୍ଗାରୁକୋର୍ଟ : ଜୋତାମାଳ ପିନ୍ଧାଇ ଗାଁରୁ ବାସନ୍ଦ କଲେ

Advertisment
ଭାଉଜ-ଦିଅର ପ୍ରେମକୁ ବିରୋଧ କରି କଙ୍ଗାରୁକୋର୍ଟ : ଜୋତାମାଳ ପିନ୍ଧାଇ ଗାଁରୁ ବାସନ୍ଦ କଲେ

ରାଜଗାଙ୍ଗପୁର : ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଫକରପଡ଼ାରେ ଦିଅର ଭାଉଜର ପ୍ରେମକୁ ପ୍ରତିବାଦ କରି କଙ୍ଗାରୁ କୋର୍ଟ ବସିଥିଲା। କଙ୍ଗାରୁ କୋର୍ଟରେ ଉଭୟଙ୍କୁ ଚପଲମାଳ ପିନ୍ଧାଇବା ସହିତ ଗାଁରୁ ବାସନ୍ଦ କରିଛନ୍ତି। ଏହି ଘଟଣାର ଭିଡ଼ିଓ ଭାଇରାଲ ହେବାପରେ ରାଜଗାଙ୍ଗପୁର ପୁଲିସ ତତ୍ପର ହୋଇ ଉଠିଥିଲେ। ରାଜଗାଙ୍ଗପୁର ଏସ୍‌ଡ଼ିପିଓ ସଦଳବଳ ଯାଇ ଦିଅର ଭାଉଜଙ୍କୁ ଉଦ୍ଧାର କରି ଥାନାକୁ ଆଣିବା ସହିତ କଙ୍ଗାରୁ କୋର୍ଟରେ ବସି ସମାଧାନ କରିଥିବା ସରପଞ୍ଚଙ୍କ ସ୍ବାମୀ ଲାଲୁ ଲାକଡ଼ା ଓ ବିଷ୍ଣୁ ଲାକଡ଼ାଙ୍କ ସମେତ ୫ ଜଣଙ୍କୁ ଥାନାରେ ଅଟକ ରଖିଛନ୍ତି।

ଘଟଣାକୁ ପ୍ରକାଶ ଯେ କୁଟୁନିଆ ପଞ୍ଚାୟତର ଫକରପଡ଼ାର ଜିତେନ୍ ବରୁଆଙ୍କ ସହ ସଂର୍ପକୀୟ ଭାଉଜ ମିଲି ବରୁଆଙ୍କର ଦୀର୍ଘଦିନରୁ ପ୍ରେମ ସଂର୍ପକ ଥିଲା। ୩ଦିନ ତଳେ ଜିତେନ୍ ତାଙ୍କ ଭାଉଜଙ୍କୁ ଧରି ଅନ୍ୟତ୍ର ପଲାଇ ଯାଇଥିଲେ। ଏହି ଘଟଣାଟି ଜଣାପଡ଼ିବା ପରେ ସ୍ବାମୀ ବିଜୟ ବରୁଆ ଥାନାରେ ଅଭିଯୋଗ କରିଥିଲେ। ଏଥିସହିତ, ପତ୍ନୀ ମିଳିଲେ ବି ଘରକୁ ନେବେ ନାହିଁ ବୋଲି ରୋକ୍‌‌ଠୋକ୍‌ ଜଣାଇ ଦେଇଥିଲେ। କିନ୍ତୁ, ଜିତେନ୍ ବରୁଆ ତାଙ୍କ ୩ ସନ୍ତାନ ସହ ମିଲିଙ୍କୁ ପାଖରେ ରଖିବେ ବୋଲି ପ୍ରତିଶ୍ରୁତି ଦେଇ ନିଜ ଘରକୁ ନେଇ ଯାଇଥିଲେ। ଏହି ନିଷ୍ପତିକୁ ଗ୍ରାମବାସୀ ବିରୋଧ କରିଥିଲେ। ଜିତେନ୍ ବି ବିବାହିତ। ତାହା ସତ୍ତ୍ବେ କିଭଳି ୩ ପିଲାଙ୍କ ସହ ଦ୍ବିତୀୟ ପତ୍ନୀଙ୍କୁ ଗ୍ରହଣ କରିବେ, ବୋଲି ପ୍ରଶ୍ନ ଉଠାଇଥିଲେ। ଏହାକୁ ‌ ନେଇ ଗାଁରେ କଙ୍ଗାରୁ କୋର୍ଟ ବସିଥିଲା। କୋର୍ଟରେ ସରପଂଚଙ୍କର ସ୍ବାମୀଙ୍କ ସହିତ ଆହୁରି ୫/୬ଜଣ ବିଚାର କରି ଉଭୟଙ୍କୁ ଗାଁରୁ ବାସନ୍ଦ କରିଥିଲେ। ଚପଲ ପିନ୍ଧାଇ ଗାଁରେ ବୁଲାଇ ଥିଲେ। ଏହି ଘଟଣାକୁ ଗାଁର କିଛି ଲୋକ ଭିଡ଼ିଓ କରି ଭାଇରାଲ କରିଥିଲେ। ରାଜଗାଙ୍ଗପୁର ପୁଲିସ ଗାଁରେ ପହଞ୍ଚି ଦୁହିଁଙ୍କୁ ଉଦ୍ଧାର କରିଥିଲା। ଏହି ଘଟଣାରେ ପୁଲିସ୍‌ ସରପଞ୍ଚଙ୍କର ସ୍ବାମୀଙ୍କ ସହିତ ୬ ଜଣଙ୍କୁ ଥାନାରେ ଅଟକ ରଖିଛନ୍ତି। ଏହି ଘଟଣା ରାଜଗାଙ୍ଗପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe