କାଞ୍ଜିଆଗଡ଼ ପାଇକ ଶିଳାଲେଖକୁ ସଂରକ୍ଷିତ କରିବା ଦାବି

କାଞ୍ଜିଆଗଡ଼ ପାଇକ ଶିଳାଲେଖକୁ ସଂରକ୍ଷିତ କରିବା ଦାବି

ଖୋର୍ଦ୍ଧା: ​ଖୋର୍ଦ୍ଧା ଉପକଣ୍ଠ ବାଜପୁର ନିକଟ ମହତପଲ୍ଲା କାଞ୍ଜିଆଗଡ଼ ଠାରେ ନିକଟରେ ଉଦ୍ଧାର ହୋଇଥିବା ପୁରାତନ ପାଇକ ଶିଳାଲେଖ ଗୁଡ଼ିକ ଖୋର୍ଦ୍ଧାରେ ହେବାକୁ ଥିବା ପାଇକ ଗବେଷଣା କେନ୍ଦ୍ର ନିମନ୍ତେ ସଂରକ୍ଷିତ କରି ରଖିବା ଦାବିରେ ଆଜି ଜିଲ୍ଲାପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ବରୁଣେଇ-ଖୋର୍ଦ୍ଧାଗଡ଼ ବିକାଶ ପରିଷଦ ଓ ଖୋର୍ଦ୍ଧା ବିକାଶ ମଞ୍ଚର କର୍ମକର୍ତା, ସଦସ୍ୟ-ସଦସ୍ୟାମାନେ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଳାପାଳ ସିଦ୍ଧାର୍ଥ ଗୌରବ ବରିଡ଼ାଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ନିଜର ଦାବି ସମ୍ପର୍କରେ ସୂଚନା ଦେଇ ପୂର୍ବତନ ବିଧାୟକ ଡ ଦିଲୀପ ଶ୍ରୀଚନ୍ଦନ କହିଛନ୍ତି ଯେ କାଞ୍ଜିଆଗଡ଼ ଠାରେ ବ୍ରିଟିଶ୍‌ ସେନା ବିରୋଧରେ ଲଢ଼େଇ କରି ୧୮ଜଣ ପାଇକ ବୀର ଯୋଦ୍ଧା ପ୍ରାଣବଳି ଦେଇଥିଲେ। ସେମାନଙ୍କ ସ୍ମୃତିରେ ୧୮ଟି ଶିଳାଲେଖ ପ୍ରସ୍ତୁତ ହୋଇଥିଲା। ଏହି ଶିଳାଲେଖ ସମ୍ପର୍କରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି। ଏହା ସହ ଉଦ୍ଧାର ହୋଇଥିବା ଅଞ୍ଚଳରେ ଖନନ ସହ ଅନ୍ୟ ପୁରାତନ କୀର୍ତିରାଜିର ଉଦ୍ଧାର କରାଯାଇପାରିବ। ବର୍ତମାନ ଠାବ ହୋଇଥିବା ଶିଳାଲେଖକୁ ଅନ୍ୟ କୌଣସି ସ୍ଥାନକୁ ସ୍ଥାନାନ୍ତରିତ ନକରି ଖୋର୍ଦ୍ଧାରେ ପ୍ରତିଷ୍ଠିତ ହେବାକୁ ଥିବା ପାଇକ ଗବେଷଣା କେନ୍ଦ୍ର ନିମନ୍ତେ ସଂରକ୍ଷିତ ରଖାଯାଉ।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିକାଶ ମଞ୍ଚର ସଭାପତି ନରେନ୍ଦ୍ର ପୃଷ୍ଟି, ସମ୍ପାଦ ପ୍ରକାଶ ଦାସ, ଗୋପାଳକୃଷ୍ଣ ଦାସ, ସୁବାସ ସାମନ୍ତରାୟ, ଡ ବୃନ୍ଦାବନ ପଣ୍ଡା, ଗିରିଜା ପଟ୍ଟନାୟକ, ବିଷ୍ଣୁ ସାମନ୍ତରାୟ, ସଂଯୋଜିକା ଶର୍ମିଷ୍ଠା ପଟ୍ଟନାୟକ, ଗାୟତ୍ରୀ ବୋଷଙ୍କ ସମେତ ମା’ ବରୁଣେଇ ପାଇକ ଆଖଡ଼ାର ସଦସ୍ୟମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe