ଯୁବକଙ୍କୁ ମାଡ଼ମାରିବା ଘଟଣା : କଙ୍କଡ଼ାହାଡ଼ ଥାନା ଅଧିକାରୀ ନିଲମ୍ବିତ

Advertisment
ଯୁବକଙ୍କୁ ମାଡ଼ମାରିବା ଘଟଣା : କଙ୍କଡ଼ାହାଡ଼ ଥାନା ଅଧିକାରୀ ନିଲମ୍ବିତ

ଢେଙ୍କାନାଳ/କଙ୍କଡ଼ାହାଡ଼ : ଜଣେ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗରେ ସେତେବେଳର କଙ୍କଡ଼ାହାଡ଼ ଥାନା ଅଧିକାରୀ ପ୍ରମୋଦ ଲେଙ୍କାଙ୍କୁ ଆଜି ପୁଲିସ ମହାନିର୍ଦ୍ଦେଶକ ଅଭୟ ନିଲମ୍ବିତ କରିଛନ୍ତି। ପ୍ରକାଶ ଯେ, ଗତ ଡିସେମ୍ବର ୧୩ ତାରିଖରେ କଙ୍କଡ଼ାହାଡ଼ ଥାନା ଶଶାପଶି ଗାଁର ବିପିନ ସିଂହ ଓ ତାଙ୍କ ସ୍ତ୍ରୀ ବନିତା ସିଂହଙ୍କ ମଧ୍ୟରେ ଘରୋଇ ବିବାଦରୁ ମାଡପିଟ୍ ହୋଇଥିଲା। ସେ ସମୟରେ ଜଣେ ପଡ଼ୋଶୀ ମହିଳା ବବିତା କବି ଉଭୟଙ୍କୁ ଛଡାଇବାକୁ ଯାଇଥିବାବେଳେ ତାଙ୍କୁ ବିପିନ ମାଡ଼ ମାରିଥିଲେ। ଏ ନେଇ ବବିତା ଓ ତାଙ୍କ ସ୍ବାମୀ ଜୟରାମ କବି ଡିସେମ୍ବର ୧୪ ତାରିଖରେ କଙ୍କଡାହାଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏଏସଆଇ ଯଶୋବନ୍ତ ପୃଷ୍ଟି ଏତଲାକୁ ଗ୍ରହଣ କରିନଥିଲେ। ଗତ ଜାନୁଆରି ୭ ତାରିଖରେ ବବିତାଙ୍କ ସ୍ୱାମୀ ଜୟରାମ ଓ ଗାଁର ଜ୍ଞାନରଞ୍ଜନ ବେହେରା କଙ୍କଡାହାଡ଼ ଥାନାକୁ ଘଟଣା ବିଷୟରେ ବୁଝିବାକୁ ଯାଇଥିଲେ। ଏହି କଥାବାର୍ତ୍ତା ସମୟରେ ଜ୍ଞାନରଞ୍ଜନ ନିଜ ମୋବାଇଲ୍‌ରେ ଏହାର ରେକଡ଼ିଂ କରିଥିଲେ। ଏହା ଦେଖି ଥାନା ଅଧିକାରୀ ପ୍ରମୋଦ ଲେଙ୍କା କ୍ରୋଧିତ ହୋଇ ଜ୍ଞାନରଞ୍ଜନଙ୍କ ହାତରୁ ମୋବାଇଲ୍ ଛଡ଼ାଇନେଇ ତାଙ୍କୁ ମାଡ଼ ମାରିଥିଲେ। ଏଥିସହ ତାଙ୍କୁ ଲଙ୍ଗଳା କରି ହାଜତରେ ଅଟକ ରଖିଥିଲେ। ଏ ସଂପର୍କରେ ଏସ୍‌ପି ଅନୁପମା ଜେମ୍ସଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଏସ୍‌ପି ଗତ ୧୦ ତାରିଖରେ କାର୍ଯ୍ୟରେ ଅବହେଳା ପାଇଁ ଏଏସଆଇ ଯଶୋବନ୍ତ ପୃଷ୍ଟିଙ୍କୁ ନିଲମ୍ବିତ କରିଥିଲେ। ଏଥିସହ ଏସ୍‌ପି ଥାନା ଅଧିକାରୀ ପ୍ରମୋଦ ଲେଙ୍କାଙ୍କୁ ଏକ ସପ୍ତାହ ପୂର୍ବେ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଛନ୍ତି । ଆଉ ଆଜି ଡିଜି ଅଭୟ ତାଙ୍କୁ ଏହି ମାମଲାରେ ନିଲମ୍ବିତ କରିଛନ୍ତି। ଏହି ଅବଧି ସମୟ ମଧ୍ୟରେ ସେ ତାଳଚେର ଆଇଜିଙ୍କ ଅଧୀନରେ ରହିବେ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe