କାନପୁର ମାଁ ମାହେଶ୍ୱରୀଙ୍କ ନବକଳେବର ସମ୍ପନ୍ନ

କାନପୁର ମାଁ ମାହେଶ୍ୱରୀଙ୍କ ନବକଳେବର ସମ୍ପନ୍ନ

ବୀରମହାରାଜପୁର : ବୀରମହାରାଜପୁର କାନପୁର ଡିମ୍ବୁଳଠାରେ ମାଁ ମାହେଶ୍ୱରୀଙ୍କ ନବକଳେବର ଓ ଘଟ ପରିବର୍ତ୍ତନ କାର୍ଯ୍ୟ ସଂପନ୍ନ ହୋଇଛି। ଏହି କାର୍ଯ୍ୟକ୍ରମ ଗତ ୧୭ ତାରିଖରେ ୭ ଦିନ ଧରି ଚାଲିଥିଲା। ବାସନ୍ତିକ ଦୁର୍ଗାପୂଜାରେ ତାଙ୍କର ସମସ୍ତ ନୀତିକାନ୍ତି ସମାପନ ପରେ ଗୁରୁବାର ପୂର୍ଣ୍ଣାହୁତି କରାଯାଇଥିଲା। ଶୁକ୍ରବାର ମାଁ ମାହେଶ୍ୱରୀଙ୍କ ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ ହୋଇଥିଲା। ଠାକୁରାଣୀଙ୍କ ସମସ୍ତ ଛତି ଛତ୍ର ବଇରଖ ପାରମ୍ପରିକ ପଞ୍ଚବାଦ୍ୟ ସହ ଗ୍ରାମ ପରିକ୍ରମା ପରେ କାନପୁର ଗ୍ରାମରେ ଥିବା ମାହେଶ୍ୱରୀ ମନ୍ଦିରରେ ପ୍ରବେଶ କରାଯାଇଥିଲା। ଏହାପରେ ଆଳତୀ ଓ ମହାଭୋଗ ଅର୍ପଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ଗାଁର ଗୈାନ୍ତିଆ ତଥା ବରିଷ୍ଠ ଆଇନଜୀବୀ ସ୍ବୟମ୍ଭୁନାଥ ଖଣ୍ଡଗିରି ଓ ତାଙ୍କ ପତ୍ନୀ ପୁଷ୍ପା ଦଳବେହେରା ରହିଥିଲେ। ମୁଖ୍ୟ ଆଚାର୍ଯ୍ୟ ଭାବରେ ପଣ୍ଡିତ ସୀତାରାମ ପାଢ଼ୀ କାର୍ଯ୍ୟ ତୁଲାଇଥିଲେ। ସେହିପରି ଭାବରେ ଚଣ୍ଡୀ ଯଜ୍ଞ ପାଇଁ ପଣ୍ଡିତ ଶିବ ପୂଝାରୀ, ପୀଠ ପୁରୋହିତ ଭାବେ ପୂଜକ ପଣ୍ଡିତ ମହନ ଚାନ୍ଦ, ମାଁ ମାହେଶ୍ୱରୀଙ୍କ ମୁଖ୍ୟ ପୂଜକ (ଦେହୁରୀ) ଭାବେ ବିଷ୍ଣୁ ଚରଣ ଦେହୁରୀ ଓ ଅନ୍ୟାନ୍ୟ ସେବାୟତ କାର୍ଯ୍ୟ ତୁଲାଇଥିଲେ। କରୋନା କଟକଣା ଭିତରେ ସମସ୍ତ ନିତିକାନ୍ତି ସମାପନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe